Categories: ଫୁରସତ

ବେଙ୍ଗାଲୁର ବସ ସର୍ଭିସରେ ଆଶ୍ଚର୍ଯ୍ୟକର ଘଟଣା, ଅଫିସ ଯିବା ପାଇଁ ପୁରା ବସ ବୁକିଂ କରିଦେଲେ ବ୍ୟକ୍ତି

ଅଫିସ ଯିବା ପାଇଁ ନିଶ୍ଚିତ ଭାବେ ଘଣ୍ଟାକ ପୂର୍ବରୁ ଘରୁ ବାହାରୁଥିବେ। ନିଜ ବ୍ୟକ୍ତିଗତ ଗାଡି ହେଉ କି ପବ୍ଲିକ ଟାନର୍‌ସପୋର୍ଟ ଟ୍ରାଫିକ ଜାମ ପାଇଁ ଶୀଘ୍ର ଘରୁ ବାହାରିବାକୁ ପଡିଥାଏ। ଶୀଘ୍ର ଅଫିସ ନ ବାହାରିଲେ ରାସ୍ତା ଜାମ ହୋଇଗଲେ ଅଫିସ ବି ଡେରି ହୋଇଯିବାର ଆଶଙ୍କା ଥାଏ। ସେଥିରେ ପୁଣି ପବ୍ଲିକ ଟାନର୍‌ସପୋର୍ଟରେ ଯାତୟାତବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କେତେବେଳେ ଲୋକଙ୍କୁ ବସିବା ପାଇଁ ସିଟ୍‌ ମିଳେନି ତ କେତେବେଳେ ଠେଲାପେଲାରେ ଠିଆ ହୋଇ ଅଫିସ ଯିବାକୁ ପଡେ। ଦେଶରେ ସବୁଆଡେ ଏପରି ସ୍ଥିତି ଦେଖିବାକୁ ମିଳୁଥିବାବେଳେ ବେଙ୍ଗାଲୁରୁ କଥା ନ କହିଲେ ଭଲ। ଏଠାରେ ଲୋକ ଘଣ୍ଟା ଗଣ୍ଟା ଯାଏଁ ଟ୍ରାଫିକରେ ଫସି ରହିଥାନ୍ତି। ଠିକ୍‌ ଟାଇମରେ ଅଫିସ ନ ବାହାରିଲେ ଅଫିସ ତ ଡେରି ହୁଏ ସେଥିରେ ଟ୍ରାଫିକରେ ମଧ୍ୟ ଫସି ରହିବାକୁ ପଡେ। ସେଥିପାଇଁ ଏଠାକାର ଲୋକ ଅଫିସ ଟାଇମରୁ ୩-୪ଘଣ୍ଟା ପୂର୍ବରୁ ଘରୁ ବାହାରିଥାନ୍ତି।

କିନ୍ତୁ ବେଙ୍ଗାଲୁର ବସ ସର୍ଭିସରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବେଙ୍ଗାଲୁରରେ ଜଣେ ଯାତ୍ରୀଙ୍କ ପାଇଁ ଗୋଟିଏ ବସ ଯାତାୟତ କରୁଛି। ଯାତ୍ରୀଜଣକ ଅଫିସ ଯିବା ପାଇଁ ଏହି ବସଟି ବ୍ୟବହାର କରିଥାନ୍ତି। ଏଥିରେ ଡ୍ରାଇଭର ଓ ହେଲପର ମଧ୍ୟ ଅଛନ୍ତି। ପ୍ରତିଦିନ ତାଙ୍କୁ ଅଫିସ ନେବାଆଣିବା ପାଇଁ ବସଟି ଆସୁଛି। ଏସମ୍ପର୍କରେ ଖୋଦ୍‌ ଯାତ୍ରୀ ହରିହରେନ ନିଜ ସୋସିଆଲ ମିଡିଆରେ ଫଟୋ ଭାଇରାଲ କରିଛନ୍ତି।

Share