Categories: ଜାତୀୟ

ଇଣ୍ଟରନ୍ୟାଶନାଲ ମ୍ୟାଥମେଟିକାଲ୍‌ ଅଲିମ୍ପିଆଡ୍‌: ୩ ସ୍ବର୍ଣ୍ଣ ଜିତିଲେ ବେଙ୍ଗାଲୁରୁ ଛାତ୍ର

ନୂଆଦିଲ୍ଲୀ,୨୮।୭: ଇଣ୍ଟରନ୍ୟାଶନାଲ ମ୍ୟାଥମେଟିକାଲ୍‌ ଅଲିମ୍ପିଆଡ(ଆଇଏମ୍‌ଓ)ରେ ବେଙ୍ଗାଲୁରୁ ଛାତ୍ର ପ୍ରାଞ୍ଜଲ ଶ୍ରୀବାସ୍ତବ ପ୍ରଥମ ଭାରତୀୟ ଭାବେ ୩ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଜୁଲାଇ ୧୧ ଓ ୧୨ରେ ଅସ୍‌ଲୋଠାରେ ଇଣ୍ଟରନ୍ୟାଶନାଲ ମ୍ୟାଥମେଟିକାଲ୍‌ ଅଲିମ୍ପିଆଡ(ଆଇଏମ୍‌ଓ) ହୋଇଥିଲା। ଆଇଏମ୍‌ଓ ହଲ୍‌-ଅଫ୍‌-ଫେମ୍‌ରେ ପ୍ରାଞ୍ଜଲଙ୍କ ନାମ ସ୍ଥାନିତ ହୋଇଛି। ଏହି ପ୍ରତିଯୋଗିତାର ୬୩ ବର୍ଷର ଇତିହାସରେ ମାତ୍ର ୧୧ ଜଣ ତାଙ୍କଠାରୁ ଅଧିକ ମେଡାଲ ପାଇଛନ୍ତି।

୧୮ ବର୍ଷୀୟ ପ୍ରାଞ୍ଜଳଙ୍କ ଗଣିତ ପ୍ରତି ଆଗ୍ରହ ପ୍ରଥମ ଶ୍ରେଣୀରୁ ଦେଖାଦେଇଥିବା ପରିବାର ଜାଣିବାକୁ ପାଇଥିଲେ। ଚଳିତ ବର୍ଷର ମେଡାଲ ସହ ପ୍ରାଞ୍ଜଲ ମୋଟ ୩୪ ପଦକ ଜିତିଲେଣି। ସେ ୨୦୧୮ରେ ପ୍ରଥମେ ରୌପ୍ୟ ପଦକ ଏବଂ ୨୦୧୯ରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୨୦ରେ କୋଭିଡ୍‌ ଯୋଗୁ ଭାରତ ଏହି ପ୍ରତିଯୋଗିତାରେ ଭାଗନେଇ ନ ଥିଲା। ୨୦୨୧ରେ ମଧ୍ୟ ପ୍ରାଞ୍ଜଲ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ।

Share