Posted inଜାତୀୟ

ବାଣ ଫୁଟାନ୍ତୁ ନାହିଁ ବରଂ ବାଣ ଖାଆନ୍ତୁ!

ବେଙ୍ଗାଲୁରୁ,୧୨ ।୧୧: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟପଟେ ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ । ଭାରତରେ ଏହାର ଖୁବ୍ ଚାହିଦା ଥିବା ବେଳେ ଏଥର କିନ୍ତୁ ଏହା ଫିକା ପଡିଯିବ ବୋଲି ସମସ୍ତେ ଜାଣନ୍ତି । କାରଣ ଦୀପାବଳୀରେ ଅଧିକାଂଶ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି । ବାଣ ଫୁଟିଲେ ଯେଉଁ ପ୍ରଦୂଷଣ ହେବ ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ପ୍ରଥମେ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇଥିବାରୁ ବିଭିନ୍ନ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଗୋଟିଏ ପଟେ ଶୀତଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଏହି ସମୟରେ କରୋନା ସଂକ୍ରମଣର ପ୍ରଭାବ ଅଧିକ ରହିବ ବୋଲି ବିଶେଷଜ୍ଞମାନେ ପୂର୍ବରୁ ସତର୍କ କରାଇ ଦେଇଛନ୍ତି । ତେବେ ଦୀପାବଳିରେ ମନ ଉଣା ନ କରି ଏଥର ବାଣ ନ ଫୁଟାଇ ବାଣ ଖାଇବାକୁ କହିଛନ୍ତି କର୍ନାଟକ ବେଙ୍ଗାଲୁରୁର ଜଣେ ଚକୋଲେଟ୍ ବ୍ୟବସାୟୀ । ଦୀପାବଳୀକୁ ନଜରରେ ରଖି ମହିଳା ଚକୋଲେଟ ବ୍ୟବସାୟୀ ଜଣକ ଚକୋଲେଟର ନାମ ବାଣର ନାମ ଭଳି ରଖିଛନ୍ତି ଓ ଏହାର ଆକାର ବି ବାଣ ଭଳି କରାଯାଇଛି । ଯେମିତିକି ରକେଟ୍ସ, ସୁତୁଳି ବମ୍‌, ଲକ୍ଷ୍ମୀ ପଟାଖା, ଫ୍ଲାୱାର୍ ପଟ୍ସ ବା ଫୁଲଦାନୀ ଇତ୍ୟାଦି । ତେବେ ଚକୋଲେଟ ଗୁଡିକ ବାଣ ଭଳି ଦେଖିବାକୁ ହୋଇଥିବାରୁ ଏହା ଛୋଟ ଛୋଟ ପିଲାମାନଙ୍କର ବେଶ ପସନ୍ଦ ଆସିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାଲାନିସାମି ଏଆଇଏଡିଏମ୍‌କେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ, ୭।୧୦: ଆସନ୍ତା ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍‌କେ ପକ୍ଷରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି କେ. ପାଲାନିସାମିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।...

ଯୋଗୀ: ସତ ବନାମ ମିଛ

ନୂଆଦିଲ୍ଲୀ/ଲକ୍ଷ୍ନୌ,୨୧ା୫: କରୋନା ଭୂତାଣୁ ବୁଧବାର ୨.୭୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି। ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨.୫୭ କୋଟି ଅତିକ୍ରମ କରିଥିବା ଗୁରୁବାର...

ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ...

ହେଲ୍‌ମେଟ ପିନ୍ଧି ପିଆଜ ବିକିଲେ ସମବାୟ ସମିତି କର୍ମଚାରୀ

ପାଟନା,୩୦।୧୧: ପିଆଜର ଦର ଏତେ ବଢି ଯାଇଛି ଯେ ଏହାକୁ କିଣିବାକୁ ଗ୍ରାହକ ଭୟ କରୁଥିବା ବେଳେ ଏହାକୁ ବିକ୍ରି କରିବାକୁ ମଧ୍ୟ ଲୋକେ ଡରୁଛନ୍ତି।...

ମଣିପୁର ଆତଙ୍କବାଦୀ ଆକ୍ରମଣକୁ ନେଇ ଉଠୁଛି ପ୍ରଶ୍ନ

ଇମ୍ଫାଲ,୧୫ ।୧୧: ମଣିପୁରରେ ଆସାମ ରାଇଫଲ୍ସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପିଏଲଏ ଓ ଏମ୍‌ଏନ୍‌ପିଏଫ୍ ନିଜକୁ ଦାୟୀ କରିଥିଲେ ବି ଏବେ ଏହାକୁ...

ମୋଦିଙ୍କ ନୂଆବର୍ଷ ଭେଟି: ଜମ୍ମୁ-କଶ୍ମୀରରେ ମାଗଣା ସ୍ବାସ୍ଥ୍ୟସେବା

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ଦ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଲୋକଙ୍କୁ ଶନିବାର ନୂଆବର୍ଷ ଭେଟି ଦେଇଛନ୍ତି। ଏଣିକି ରାଜ୍ୟରେ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ...

ଆସାମ ରାଜ୍ୟପାଳ କରୋନା ପଜିଟିଭ୍‌

ଗୌହାଟୀ,୧୩।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଅନେକ ନେତା, ଅଭିନେତା ମଧ୍ୟ ସଂକ୍ରମଣ ହୋଉଛନ୍ତି। ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ କରୋନା ପଜିଟିଭ୍‌ ହୋଇଛନ୍ତି। ରାଜ୍ୟପାଳ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କ ପୁଅ ଗିରଫ

ରାୟପୁର,୩।୯: ଜାଲ୍‌ ପ୍ରମାଣପତ୍ର ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତଙ୍କୁ ମଙ୍ଗଳବାର ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି। ଅମିତ ପ୍ରମାଣପତ୍ରରେ...

Advertisement


Archives

Model This Week