Posted inଜାତୀୟ

ସନ୍ଦେହଜନକ ଅବସ୍ଥାରେ ମିଳିଲା ପ୍ରସିଦ୍ଧ ବଙ୍ଗୀୟ ଲେଖକ ସୁଜନ ଦାସଗୁପ୍ତାଙ୍କ ମୃତଦେହ

କୋଲକାତା,୧୮।୧: ପ୍ରସିଦ୍ଧ ବଙ୍ଗୀୟ ଲେଖକ ସୁଜନ ଦାସଗୁପ୍ତାଙ୍କ ମୃତଦେହ ତାଙ୍କ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଲକାତାରେ ଥିବା ତାଙ୍କ ଫ୍ଲାଟ୍‌ର ଗାଧୁଆଘରେ ବୁଧବାର ସୁଜନଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ପ୍ରଥମେ ସମ୍ପର୍କୀୟମାନେ ଏହା ନିଶ୍ଚିତ କରିବା ପରେ କୋଲକାତା ପୋଲିସକୁ ସୂଚନା ଦିଆଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ୭୮ ବର୍ଷୀୟ ଲେଖକ ସୁଜନ ତାଙ୍କ ଫ୍ଲାଟ୍‌ରେ ଏକା ରହୁଥିଲେ। ତାଙ୍କ ପତ୍ନୀ ଶାନ୍ତିନିକେତନରେ ରହୁଥିବା ବେଳେ ଝିଅ ବିଦେଶରେ ରୁହନ୍ତି। ସକାଳେ ତାଙ୍କ ଘରେ କାମ କରୁଥିବା ଚାକରାଣୀ ଆସି ତାଙ୍କୁ ଡାକିଥିଲେ। ହେଲେ ଲେଖକ ଶୁଣି ନ ଥିଲେ। ବହୁତ ସମୟ ଅପେକ୍ଷା କରିବା ପରେ ସୋସାଇଟିର ସିକ୍ୟୁରିଟିଙ୍କୁ ଡାକିଥିଲେ। ସେ କବାଟ ବନ୍ଦ ଥିବା ଦେଖିବା ପରେ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିଲା। ଏହାପରେ ପୋଲିସକୁ ଡକା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୯ ଥର ରକ୍ତଦାନ କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଶିକ୍ଷକ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ

ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri