Categories: ଜାତୀୟ

ହାତରେ ସିଗାରେଟ୍‌ ଧରି ଗାଇଲେ ଜାତୀୟ ସଙ୍ଗୀତ: ଭାଜପା ନେତା କହିଲେ, ତୁରନ୍ତ ଗିରଫ କରାଯାଉ…

ନୂଆଦିଲ୍ଲୀ,୧୧।୪: ସୋସିଆଲ ମିଡିଆରେ ନୂଆ ନୂଆ ଭିଡ଼ିଓ କରି ଶେୟାର କରିବା ପାଇଁ କିଶୋରଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଲାଇକ୍‌, କମେଣ୍ଟ ଦୌଡରେ ଲୋକମାନେ ଭଲ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ଭୁଲିଯାଉଛନ୍ତି। ଦେଶର ନୀତି ଏବଂ ନିୟମକୁ ପରିହାସ କରିବା ଅତି ସାଧାରଣ ହୋଇଗଲାଣି। ବାସ୍ତବରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦୁଇଜଣ ଝିଅ ହସି ହସି ଜାତୀୟ ସଙ୍ଗୀତ ଗାଉଛନ୍ତି। ଏହି ସମୟରେ ଝିଅଙ୍କ ହାତରେ ସିଗାରେଟ୍‌ ଥିବା ଭିଡିଓରେ ନଜର ଆସିଛି। ଏହି ଭାଇରାଲ ଭିଡିଓକୁ ଭାଜପା ସାଧାରଣ ସମ୍ପାଦକ ଅନୁପମ ଭଟ୍ଟାଚାର୍ଜୀ ତାଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରିଛନ୍ତି।

ଟୁଇଟ୍‌ କରି ଭାଜପା ନେତା ଲେଖିଛନ୍ତି, କିଏ ଏମାନେ? ଜାତୀୟ ସଂଗୀତକୁ ଅସମ୍ମାନ କରିଥିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍‌। ଭିଡିଓକୁ ରିଟୁଇଟ୍‌ କରନ୍ତୁ ଯାହା ଦ୍ୱାରା ସେମାନେ ଏବଂ ସେମାନଙ୍କ ପରିବାର ଖୋଜି ପାଇବାକୁ ସହଜ ହେବ।

Share