ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

କୋଲକାତା: ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମା। ତାଙ୍କୁ ହୃଦ୍‌ଘାତ ହୋଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି। ଏହି ଖବର ଶୁଣି ଆଣ୍ଡ୍ରିଲାଙ୍କ ପ୍ରଶଂସକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

ନଭେମ୍ବର ୧୫ରେ ଅଭିନେତ୍ରୀଙ୍କ ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ କୋଲକାତାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି। ତେବେ ପୂର୍ବରୁ ତାଙ୍କୁ ନଭେମ୍ବର ୧ରେ ବ୍ରେନ୍‌ଷ୍ଟ୍ରୋକ୍‌ ହୋଇଥିଲା। ଏଥିଯୋଗୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଛି।

ଆଣ୍ଡ୍ରିଲା ବଙ୍ଗୀୟ ସିନେମାର ଜଣେ ଜଣାଶୁଣା ନାମ। ସେ ଟେଲିଭିଜନ ଧାରାବାହିକ ‘ଝୁମର’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ହିଟ୍‌ ଶୋ’ ସାଙ୍ଗକୁ ଓଟିଟି ପ୍ଲାଟଫର୍ମରେ କାମ କରିଛନ୍ତି।

Share