Categories: ଜାତୀୟ

ପଶ୍ଚିମବଙ୍ଗରେ ଖୋଲିବ ‘ପାରା ଶିକ୍ଷାଳୟ’

କୋଲକାତା,୪ ।୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଏବେ ମୁକ୍ତାକାଶ ବିଦ୍ୟାଳୟ କାର୍ଯ୍ୟକ୍ରମ ପାରା ଶିକ୍ଷାଳୟ(ନେବରହୁଡ ସ୍କୁଲ) ଖୋଲିବାକୁ ସ୍ଥିର କରାଯାଇଛି । ପ୍ରାଇମେରୀ ଓ ପ୍ରି-ପାଇମେରୀ ପିଲାଙ୍କ ପାଇଁ ଏହା ଫେବୃୟାରୀ ୭ରୁ ଖୋଲାଯିବ । ଦକ୍ଷିଣ ୨୪ ପ୍ରଗଣାର ଜିଲାପାଳ ପି, ଉଲାଗନ୍ଥାନ କହିଛନ୍ତି, କରୋନା ମହାମାରୀ ଯୋଗୁ ପିଲାମାନଙ୍କୁ ଠିକ୍ ସମୟରେ ଶିକ୍ଷାଦାନ କରାଯାଇ ପାରିଲା ନାହିଁ । ତେଣୁ ଏବେ ଆମେ ସ୍ଥିର କରିଛୁ ‘ପାରା ଶିକ୍ଷାଳୟ’ ପ୍ରୋଜେକ୍ଟ ମାଧ୍ୟମରେ ଖୋଲା ସ୍ଥାନରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ । ଏହି ପ୍ରୋଜେକ୍ଟରେ ପାରା ଶିକ୍ଷକ ଓ ପ୍ରାଇମେରୀ ସ୍କୁଲ ଶିକ୍ଷକମାନେ ପ୍ରଥମରୁ ପଞ୍ଚମ ଶ୍ରେଶୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷାଦାନ କରିବେ । ତେବେ ଏଲିମଣ୍ଟାରୀ ଶିକ୍ଷା ପରେ ସେମାନଙ୍କର ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ଉପରେ ଧ୍ୟାନ ଦିଆଯିବ । ଏହି ପାରା ଶିକ୍ଷାଳୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ, ଏବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଅଫଲାଇନ ଶିକ୍ଷାଦାନ କରାଯାଉଛି ।

Share