Categories: ଜାତୀୟ

ଟିଏମ୍‌ସି କାର୍ଯ୍ୟାଳୟରେ ବୋମା ଭିଡୁଥିବା ବେଳେ ଦୁର୍ଘଟଣା ଘଟିଛି: ଭାଜପା

କୋଲକାତା,୨୬।୩: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୩୦ଟି  ବିଧାନସଭା ଆସନ ପାଇଁ ଶନିବାର ମତଦାନ ହେବ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ପଶ୍ଚିମବଙ୍ଗ ବଙ୍କୁରା ଜିଲାର ଜୋୟପୁର ସ୍ଥିତ ଟିଏମ୍‌ସି ପାର୍ଟି ଅଫିସରେ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୩ ଜଣ ଟିଏମ୍‌ସି କର୍ମୀ ଆହତ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପାଇଁ ବାମପନ୍ଥୀ ଏବଂ କଂଗ୍ରେସକୁ ଦାୟୀ କରିଛି ଟିମ୍‌ସି। ହେଲେ ଭାଜପା ବିସ୍ଫୋରଣ ପାଇଁ ଟିଏମ୍‌ସିକୁ ଦାୟୀ କରିଛି। ଦଳୀୟ କାର୍ଯ୍ୟାଳୟରେ ଟିଏମ୍‌ସି କର୍ମୀ ବୋମା ଭିଡୁଥିବା ବେଳେ ଦୁର୍ଘଟଣା ଘଟିଥିବା ଭାଜପା ପକ୍ଷରୁ କୁହାଯାଇଛି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆହତ କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share