Categories: ଜାତୀୟ

ମାର୍ଚ୍ଚ ୨୭ରୁ ପଶ୍ଚିମବଙ୍ଗ ନିର୍ବାଚନ: ଏହାପୂର୍ବରୁ ଭୋଟ ଦେଲେ ୮୨ ବର୍ଷୀୟା ବୃଦ୍ଧା, ଜାଣନ୍ତୁ କେମିତି

କୋଲକତା,୧୮।୩: ପଶ୍ଚିମବଙ୍ଗ ୮ଟି ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। କିନ୍ତୁ ଝାରଗ୍ରାମରେ ଜଣେ ୮୨ ବର୍ଷ ବୟସ୍କା ମହିଳା ପ୍ରଥମ ଭୋଟ ଦେଇଛନ୍ତି। ତାଙ୍କ ଭୋଟକୁ ନିର୍ବାଚନ ଆୟୋଗ ମଧ୍ୟ ବୈଧ କରିଛନ୍ତି। ଚଳିତ ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ଝାରଗ୍ରାମରେ ୮୨ ବର୍ଷିୟା ବାସନ୍ତୀ ଦେଇଛନ୍ତି। ବାସନ୍ତୀଙ୍କ ବ୍ୟତୀତ ସମାନ ୱାର୍ଡର ଅନ୍ୟ ୬ ଜଣ ମତଦାନ କରିଥିଲେ। ଏହି ସମସ୍ତ ଲୋକଙ୍କର ବୟସ ୮୦ ବର୍ଷରୁ ଅଧିକ ଥିଲା।
ସୂଚନାନୁସାରେ, ଏଥର ନିର୍ବାଚନ ଆୟୋଗ ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ କିମ୍ବା ଗୁରୁତର ରୋଗରେ ପୀଡିତ ଥିବା ଲୋକଙ୍କୁ ଘରେ ପୋଷ୍ଟାଲ୍‌ ବାଲାଟରେ ଭୋଟ ଦେବାର ବିକଳ୍ପ ଦେଇଛନ୍ତି। ଏହା ଅଧୀନରେ ଝାରଗ୍ରାମର ୭ଜଣ ଭୋଟ ଦେଇଥିଲେ। ଯେତେବେଳେ ଏମାନେ ଭୋଟ ଦେଇଥିଲେ, ସେତେବେଳେ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସେହି କୋଠରୀକୁ ଆସିବାକୁ ଦିଆଯାଇ ନ ଥିଲା। ଭୋଟ ଗ୍ରହଣ ପରେ ତୁରନ୍ତ ସିଲ୍‌ କରି ଦିଆଯାଇଥିଲା। ନିର୍ବାଚନ ଆୟୋଗର ଅଧିକାରୀମାନେ କହିଛନ୍ତି ଯେ, ସମଗ୍ର ପ୍ରକ୍ରିୟାର ମଧ୍ୟ ଭିଡିଓଗ୍ରାଫ କରାଯାଇଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ସମୁଦାୟ ୮ଟି ପର୍ଯ୍ୟାୟରେ ୨୯୪ଟି ଆସନ ପାଇଁ ଭୋଟିଂ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୭ରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଦିଆଯିବ, ଶେଷ ପର୍ଯ୍ୟାୟରେ ଏପ୍ରିଲ ୨୯ରେ ହେବ। ମେ ୨ ରେ ଭୋଟ ଗଣାଯିବ ଏବଂ ଫଳାଫଳ ଘୋଷଣା କରାଯିବ।

Share