Categories: ଜାତୀୟ

ଭାଜପା ଦୁଇ ଅଙ୍କ ଆସନ ଜିତିଲେ ଟୁଇଟର ଛାଡ଼ିଦେବି: ପ୍ରଶାନ୍ତ କିଶୋର

କୋଲକାତା,୨୧ା୧୨: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନେତୃତ୍ୱ ପଶ୍ଚିମବଙ୍ଗ ଜୟ କରିବା ପାଇଁ ଏକ ମିଶନ ଆରମ୍ଭ କରିଛି। ଏହି ସମୟରେ ଟିଏମ୍‌ସି  ସଭାପତି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋର ଟୁଇଟ୍‌ କରି କହିଛନ୍ତି ଯେ, ଯଦି ଭାଜପା ଦୁଇଅଙ୍କ ଆସନ ଜିତିଯାଏ ତେବେ ମୁଁ ଟୁଇଟର ଛାଡ଼ିଦେବି। ସୋମବାର ପ୍ରଶାନ୍ତ କିଶୋର ଟୁଇଟ୍‌ କରି ଏହା କହିଛନ୍ତି।

ଅନ୍ୟପକ୍ଷରେ ଭାଜପାର ଜାତୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗର ଦାୟିତ୍ୱରେ ଥିବା କୈଳାସ ବିଜୟ ବିଜୟ ଭର୍ଗିଆ ଟୁଇଟ୍‌ କରି କହିଛନ୍ତି ଯେ, ବଙ୍ଗଳାରେ ଭାଜପାର ଯେପରି ସୁନାମୀ ଚାଲିଛି ଏହି ଦେଶ ସରକାର ଗଠନ ପରେ ନିର୍ବାଚନ ରଣନୀତିଜ୍ଞଙ୍କୁ ଏହା ମହଙ୍ଗା ପଡ଼ିବ।

Share