ଫିଟିକିରିର ବ୍ୟବହାର

ଅଧିକାଂଶ ଲୋକେ ଘରେ ଫିଟିକିରି ରଖିଥିବା ଦେଖାଯାଏ । ବଜାରରେ ବି ଏହା ସହଜରେ ମିଳି ଯାଇଥାଏ । ହେଲେ କେତେକ ଲୋକେ ଏହି ଫିଟିକିରିର ବ୍ୟବହାର ବିଷୟରେ ଜାଣି ନ ଥାଆନ୍ତି । ଏହାକୁ ପାଣିରେ ମିଶାଇଲେ ପାଣି ସଫା ହୋଇଥାଏ ।
-ଚେହେରାରେ ଥିବା ଦାଗ ଦୂର କରିବା ପାଇଁ ଫିଟିକିରି ଭଲ କାମ ଦେଇଥାଏ । ଏହାକୁ ମୁହଁରେ ମାଲିସ କଲେ ସମସ୍ତ ଦାଗ ଦୂର ହୋଇଥାଏ ।
-ଦାନ୍ତ ବିନ୍ଧା ହେଉଥିଲେ ଫିଟିକିରି ପାଉଡର ଲଗାଇଲେ ଏଥିରୁ ଉପଶମ ମିଳିଥାଏ ।
-ଦେହରୁ ଝାଳ ଗନ୍ଧ ବାହାରୁ ଥିଲେ ବା ଦେହ କୁଣ୍ଡାଇ ହେଉଥିଲେ ଫିଟିକିରି ପାଣିରେ ସ୍ନାନ କଲେ ଉପଶମ ମିଳେ ।