ମୋ ଘର ଯୋଜନା ପ୍ରତି ଆଗ୍ରହୀ ନାହାନ୍ତି ହିତାଧିକାରୀ

ସାକ୍ଷୀଗୋପାଳ,୩।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ରାଜ୍ୟରେ ଗରିବଙ୍କ ନିମନ୍ତେ ସମସ୍ତ କଚ୍ଚାଘରକୁ ପକ୍କାଘର କରି ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ‘ମୋ ଘର ଯୋଜନା’ କରିଛନ୍ତି। ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ଏହି ଯୋଜନାର ସୁବିଧା ନେବା ପାଇଁ ହିତାଧିକାରୀଙ୍କ ଆଖିଦୃଶିଆ ସଂଖ୍ୟା ଛୁଇଁପାରିନାହିଁ। ସୂଚନା ଅନୁସାରେ ସତ୍ୟବାଦୀ ବ୍ଲକରେ ଗତ ୨ ମାସ ମଧ୍ୟରେ ୩୬୭୦ଜଣ ମୋ ଘର ଯୋଜନା ପାଇଁ ଅନଲାଇନ୍‌ରେ ରେଜିଷ୍ଟ୍ରେଶନ କରିଥିବା ବେଳେ ୩୩୧୫ଜଣଙ୍କ ଆବେଦନ ପତ୍ର ବ୍ଲକ ପ୍ରଶାସନର ହସ୍ତଗତ ହୋଇଛି। ୫୮୬ ଜଣଙ୍କ ଆବେଦନ ପତ୍ରକୁ ଯାଞ୍ଚ କରାଯାଇ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି। ୩୦ଟି ଆବେଦନ ପତ୍ରକୁ ବିଭିନ୍ନ କାରଣରୁ ବିଡିଓ ରଦ୍ଦ କରିଛନ୍ତି। ଅନ୍ୟପଟେ ମୋ ଘର ଯୋଜନା ପାଇଁ ହୋଇଥିବା ଗାଇଡ୍‌ଲାଇନ୍‌ ପ୍ରକ୍ରିୟା ଓ ବ୍ୟାଙ୍କ ଋଣ ଦେବା ପାଇଁ ସୃଷ୍ଟି ହେଉଥିବା ସମସ୍ୟା ଯୋଗୁ ଏହି ଯୋଜନାରେ ଅଧିକ ଲୋକ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବା କେତେଜଣ ହିତାଧିକାରୀ କହିଛନ୍ତି। ଏପଟେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ନିମନ୍ତେ ହିତାଧିକାରୀ କଚ୍ଚା ଘରେ କିମ୍ବା ଗୋଟିଏ କୋଠରି ଥିବା କଂକ୍ରିଟ ଘରେ ବାସ କରୁଥିବେ। ପୂର୍ବରୁ ସରକାରଙ୍କ କୌଣସି ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇ ନଥିବେ, ପରିବାରର ମାସିକ ଆୟ ୨୫ହଜାର ଟଙ୍କାରୁ କମ୍‌ ଥିବ, ପରିବାରରେ ୪ଚକିଆ ଯାନ ନଥିବ, କେହି ସରକାରୀ କର୍ମଚାରୀ କିମ୍ବା ପେନସନ୍‌ଭୋଗୀ ହୋଇ ନଥିବେ, ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଯାଇ ଏହି ଯୋଜନାରେ ଋଣ ଓ ସବସିଡି ପାଇବା ପାଇଁ ଯୋଗ୍ୟ ହୋଇପାରିବେ।
ସେହିଭଳି ଏହି ଯୋଜନାରେ ୪ଟି ସ୍ତରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହିତାଧିକାରୀ ଋଣ ନେଇପାରିବେ। ଏଥିରେ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି/ ଜନଜାତି/ ଦିବ୍ୟାଙ୍ଗ ମୁଖ୍ୟ ପରିବାର ପାଇଁ ଭିନ୍ନ ସବସିଡି ମିଳିବ। ୧ ଲକ୍ଷ ଟଙ୍କାର ଋଣ ନେଲେ ସାଧାରଣ ବର୍ଗଙ୍କୁ ୩୦ ହଜାର, ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗଙ୍କ ପାଇଁ ୪୦ ହଜାର। ୧.୫ ଲକ୍ଷ ଟଙ୍କାର ଋଣ ପାଇଁ ୪୫ ଓ ୫୫ ହଜାର। ୨ ଲକ୍ଷ ପାଇଁ ୬୦ ଓ ୭୦ ହଜାର ଟଙ୍କା ସବସିଡିରେ ମିଳିବ। ଘର ନିର୍ମାଣ ସମୟରେ ୨ ଓ ୩ଟି ପର୍ଯ୍ୟାୟରେ ଏହି ଅର୍ଥ ଦିଆଯିବ। ହିତାଧିକାରୀ ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ବର୍ଷରେ ଋଣ ପରିଶୋଧ କରିବେ। ମାସିକ କିସ୍ତି ମାଧ୍ୟମରେ ଋଣ ଶୁଝିବେ। ୧୦ବର୍ଷରୁ କମ୍‌ ସମୟରେ ବି ଋଣ ଶୁଝିପାରିବେ। ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ମଞ୍ଜୁର ପାଇଁ କୌଣସି ପ୍ରୋସେସିଂ ଫି ନେବେନି ଏବଂ ବନ୍ଧକ ସମୟରେ ଆବଶ୍ୟକ ପଞ୍ଜୀକରଣ ଶୁଳ୍କ ଓ ଷ୍ଟାମ୍ପ ଡିଉଟି ଛାଡ଼, ସବରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଆବଶ୍ୟକ ଦସ୍ତାବିଜ ସମ୍ବନ୍ଧୀୟ ନକଲ, ଇସି ଇତ୍ୟାଦି ପାଇଁ ଦେୟ ମଧ୍ୟ ସରକାର ଛାଡ଼ କରିଛନ୍ତି। ଏହାସତ୍ତ୍ୱେ ଏହି ଯୋଜନା ପାଇଁ ହିତାଧିକାରୀଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖାଯାଉ ନ ଥିବା ଜଣାପଡ଼ିଛି। ଏ ନେଇ ବିଡିଓ ଲୋଚନ ଦାଶ କହିଛନ୍ତି, ଉକ୍ତ ଯୋଜନା ମାଧ୍ୟମରେ କିଭଳି ଅଧିକରୁ ଅଧିକ ହିତାଧିକାରୀ ସାମିଲ ହେବେ ଓ ଋଣ କ୍ଷେତ୍ରରେ ସରଳୀକରଣ କରିବା ପାଇଁ ସ୍ଥାନୀୟ ବ୍ୟାଙ୍କ ସମୂହକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri