ଗୁଣକାରୀ ଡାଳିମ୍ବ ଜୁସ୍‌

ଡାଳିମ୍ବ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ଭରି ରହିଥିବା ଯୋଗୁ ଏହା ବିଭିନ୍ନ ରୋଗରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। ବିଶେଷକରି ଖରାଦିନେ ଯଦି ପ୍ରତିଦିନ ଏକ ଗ୍ଲାସ୍‌ ଡାଳିମ୍ବ ଜୁସ୍‌ ପିଆଯାଏ, ତା’ହେଲେ ସ୍ବାସ୍ଥ୍ୟ ଭଲ ରହିବା ସହ ତ୍ୱଚାରେ ବି ବେଶ୍‌ ଚମକ ଦେଖିବାକୁ ମିଳିଥାଏ। ଡାଳିମ୍ବ ଜୁସ୍‌ ପିଇଲେ ଗ୍ୟାସ୍‌ ଯୋଗୁ ଛାତିରେ ହେଉଥିବା ଜ୍ୱଳନରୁ ଅନେକାଂଶରେ ମୁକ୍ତି ମିଳିଥାଏ। ହୃଦ୍‌ ସମ୍ବନ୍ଧୀୟ ରୋଗରୁ ବି ଉପଶମ ମିଳେ। ସେହିପରି ଡାଳିମ୍ବ ଜୁସ୍‌ ପିଇବା ଦ୍ୱାରା ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ଭୋକ ହୁଏନାହିଁ। ଯଦ୍ଦ୍ବାରା ଆମେ ଅତ୍ୟଧିକ ଖାଇବାର ଅଭ୍ୟାସରୁ ବଞ୍ଚତ୍ୟାଉ। ଯାହାକି ଆମକୁ ଶରୀରର ଓଜନ କମାଇବାରେ ସାହାଯ୍ୟ କରିଥାଏ। ଅନ୍ୟପକ୍ଷେ ପ୍ରତିଦିନ ଡାଳିମ୍ବ ଜୁସ୍‌ ପିଇବା ଦ୍ୱାରା କ୍ୟାନସର୍‌ ହେବାର ଆଶଙ୍କା ଅପେକ୍ଷାକୃତ କମ୍‌ ରହିଥାଏ ବୋଲି ବିଶ୍ୱାସ କରାଯାଏ। ଯେହେତୁ ଡାଳିମ୍ବରେ ଭିଟାମିନ୍‌ ସି’ର କିଛି ମାତ୍ରା ରହିଥାଏ, ତେଣୁ ଏହାର ଜୁସ୍‌ ପିଇବା ଦ୍ୱାରା ତ୍ୱଚାରେ ଥିବା ଡାର୍କ ସ୍ପଟ୍‌ କମିଥାଏ। ସନ୍‌ ବର୍ନରୁ ବି ଏହା ରକ୍ଷା କରି ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ସବୁଠୁ ବଡ଼ କଥା ହେଲା ନିୟମିତ ଡାଳିମ୍ବ ଜୁସ୍‌ ପିଇଲେ ଶରୀରରେ ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଇ ଶାରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନ ପର୍ଯ୍ୟନ୍ତ ଚିନି ନ ଖାଇଲେ ଶରୀରରେ ଦେଖିବାକୁ ପାଇବେ ଏସବୁ ପରିବର୍ତ୍ତନ

ସ୍ବାସ୍ଥ୍ୟଗତ କାରଣରୁ, ସାଧାରଣତଃ ଚିନିମୁକ୍ତ ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦିଆଯାଏ, ଅର୍ଥାତ୍‌ ଖାଦ୍ୟରୁ ଚିନିକୁ ଦୂରେଇ ରଖିବା ଉଚିତ୍‌। ତଥାପି, ଏହା ପ୍ରାୟତଃ ଅତ୍ୟନ୍ତ...

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ବିଶ୍ୱ ସ୍ତରରେ ଅନ୍ୟତମ ପ୍ରମୁଖ ସମସ୍ୟା ସାଜିଛି ଜଳବାୟୁ ପରିବର୍ତ୍ତନ। ଏହା ପଛରେ ଅନେକ କାରଣ ଥିଲେ ମଧ୍ୟ ଏବେ ପ୍ଲାଷ୍ଟିକଜନିତ ପ୍ରଦୂଷଣ ଦ୍ୱାରା...

ଜାଣନ୍ତୁ କାହିଁକି ଦେଖାଦିଏ ଗଣ୍ଠିଜନିତ ରୋଗ

ଗଣ୍ଠିଜନିତ ରୋଗ ଯୋଗୁ ଚଳପ୍ରଚଳରେ ଅସୁବିଧା, ଗଣ୍ଠିରେ ଯନ୍ତ୍ରଣା ଓ କାର୍ଯ୍ୟ ନ କରିବା ପରି ଗୁରୁତର ଅବସ୍ଥା ହୋଇଥାଏ। ଯନ୍ତ୍ରଣା ଲାଘବ ପାଇଁ, ଦରଜ...

ବୟସ ବଢିଲେ ବି ମୁହଁରେ ଦେଖାଯିବନି ଏହାର ଛାପ, ଖାଦ୍ୟରେ ସାମିଲ କରନ୍ତୁ ଏହି ଆଣ୍ଟି ଏଜିଂ ଫ୍ରୁଟ୍ସ

ନୂଆଦିଲ୍ଲୀ: ଯଦି କେହି କୁହନ୍ତି ଯେ ବୟସ ବୃଦ୍ଧିକୁ ରୋକିହେବ, ତେବେ ଆପଣ ହସିପାରନ୍ତି, କିନ୍ତୁ ସତ୍ୟ ହେଉଛି ଯେ ଆପଣଙ୍କ ପ୍ଲେଟରେ ଥିବା କିଛି...

ହାଇପରଟେନ୍‌ସନ କ’ଣ? ଜାଣନ୍ତୁ ଏହାର କାରଣ, ପ୍ରତିକାର…

ହାଇପରଟେନ୍‌ଶନ ବା ଉଚ୍ଚ ରକ୍ତଚାପ ଆଜି ଭାରତ ଓ ସାରା ବିଶ୍ୱରେ ସବୁଠୁ ଅଧିକ ଜୀବନ ବିପଦ ସୃଷ୍ଟି କରୁଥିବା ରୋଗମାନଙ୍କ ମଧ୍ୟରୁ ଅନ୍ୟତମ। ଏହାକୁ...

ଜାନୁଆରୀ ୧୯ ତାରିଖରେ ସୂର୍ଯ୍ୟ-ଚନ୍ଦ୍ରଙ୍କ ସଂଯୋଗ, ଧନୀ ହେବେ ଏହି ୪ ରାଶି

ଜାନୁଆରୀ ୧୯ ଏବଂ ୨୦ ତାରିଖରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦୁଇ ଦିନ ପାଇଁ ମକର ରାଶିରେ ଏକାଠି ରହିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ,...

କେତୁଙ୍କ ଗତି ପରିବର୍ତ୍ତନ, ସମସ୍ୟା ଭୋଗିବେ ଏହି ରାଶି

ଜ୍ୟୋତିଷ ଶାସ୍ତ୍ରରେ କେତୁକୁ ଛାୟା ଗ୍ରହ କୁହାଯାଏ । ଏହାର ନକାରାତ୍ମକ ପ୍ରଭାବ ଯୋଗୁଁ ଜଣେ ବ୍ୟକ୍ତି ମାନସିକ ଚାପ ଏବଂ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି...

ଆଜି ମୌନୀ ଅମାବାସ୍ୟାରେ ବଦଳିଯିବି ୩ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ବାକି ରାଶିଙ୍କ ଦିନ?

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି, ଜାନୁଆରୀ ୧୮, ୨୦୨୬, ମାଘ ମାସର କୃଷ୍ଣ ପକ୍ଷ (କଣ୍ଠ ପକ୍ଷ)ର ଅମାବାସ୍ୟା ଏବଂ ପ୍ରତିପଦ ତିଥି ହେବ। ପୂର୍ୱାଷାଢା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri