ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭପ୍ରଦ…

ଆମ ଶରୀରରେ କ୍ୟାଲୋରି ପରିମାଣ ସନ୍ତୁଳିତ ରହିବା ଦରକାର। ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାଲାଡ ସାମିଲ କରନ୍ତୁ। ଏହା କ୍ୟାଲୋରିକୁ ସନ୍ତୁଳିତ ରଖେ। ତଟକା ଫଳମୂଳରେ ପ୍ରସ୍ତୁତ ସାଲାଡ୍‌ ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସେଥିପାଇଁ ବ୍ରେକ୍‌ଫାଷ୍ଟରେ ଏହାକୁ ସାମିଲ କରିବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। କେବଳ ସେତିକି ନୁହେଁ, ଶରୀରେ ଜଳୀୟ ଅଂଶକୁ ସନ୍ତୁଳିତ ରଖେ ସାଲାଡ୍‌। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏପରି ଖାଦ୍ୟ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ।