ଆଇପିଏଲ୍‌ ଅକ୍ସନ ପୂର୍ବରୁ ନାଁ ଫେରାଇନେଲେ ଏହି ବିସ୍ଫୋରକ ଅଲରାଉଣ୍ଡର

ନୂଆଦିଲ୍ଲୀ,୮।୨: ଆଇପିଏଲ୍‌ ମେଗା ଅକ୍ସନ ଫେବୃୟାରୀ ୧୨ ଏବଂ ୧୩ ରେ ହେବାକୁ ଯାଉଛି। ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ଏହି ଲିଗ୍‌ର ନିଲାମ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ହେଲେ ଏହା ପୂର୍ବରୁ ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବେନ ଷ୍ଟୋକ୍ସ ନିଲାମରେ ଅଂଶଗ୍ରହଣ କରୁ ନ ଥିବା ଜଣାପଡ଼ିଛି।

ଏକ ସ୍ତମ୍ଭରେ ଷ୍ଟୋକ୍ସ ଲେଖିଛନ୍ତି, ଟେଷ୍ଟ କ୍ରିକେଟ ହେଉଛି ତାଙ୍କର ପ୍ରଥମ ପ୍ରାଥମିକତା। ଜୋ ରୁଟ୍‌ଙ୍କ ସହ କାମ କରିବାକୁ ସେ ଉତ୍ସାହିତ। ସେ ଆମକୁ ଆଗକୁ ନେବା ପାଇଁ ଅଧିନାୟକ ଭାବରେ ଶ୍ରେଷ୍ଠ ହୋଇପାରନ୍ତି। ବର୍ତ୍ତମାନ ସେ ନିଜର ସମସ୍ତ ଧ୍ୟାନ ଟେଷ୍ଟ କ୍ରିକେଟ୍‌ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି।

Share