Posted inଖେଳ

୧୯ ଚୌକା-ଛକା, ବେନ୍ ଡକେଟଙ୍କ ଐତିହାସିକ ଶତକ, ଲର୍ଡସରେ ଭାଙ୍ଗିଲେ ୪୭ ବର୍ଷର ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୧୯ା୭: ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଇତିହାସ ରଚିଲେ ଇଂଲଣ୍ଡ କ୍ରିକେଟର ବେନ୍ ଡକେଟ । ଭାରତ ବିପକ୍ଷ ଅନ୍ତିମ ଏକଦିବସୀୟ ମ୍ୟାଚ୍‌ରେ, ଡକେଟଙ୍କ ବିସ୍ଫୋରକ ବ୍ୟାଟିଂ ୪୭ ବର୍ଷର ଏକ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଥିଲେ । ଯାହାକୁ ମହାନ କିମ୍ବଦନ୍ତୀମାନେ ମଧ୍ୟ ଛୁଇଁ ପାରି ନଥିଲେ । ଯାହା ଫଳରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ଏକ ବିଶାଳ ସ୍କୋର କରିପାରିଥିଲା।

ବ୍ୟାଟିଂ ସମୟରେ ବେନ୍ ଡକେଟ୍ ପ୍ରଥମରୁ ହିଁ ଆକ୍ଟିଭ ଥିଲେ । ସେ ୧୩୫ ବଲ୍ ୧୪୧ ରନର ଇନିଂସ ଖେଳିଥିଲେ । ଏହି ଐତିହାସିକ ଇନିଂସ ସମୟରେ ଡକେଟ୍ ୧୮ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସେ ୪୪ତମ ଓଭରରେ ଆଉଟ୍ ହୋଇଥିଲେ, କିନ୍ତୁ ସେତେବେଳକୁ ସେ ଲର୍ଡସରେ ଇତିହାସ ଲେଖି ସାରିଥିଲେ। ଏହା ବେନ୍ ଡକେଟଙ୍କ ଏକଦିବସୀୟ କ୍ୟାରିୟରର ଚତୁର୍ଥ ଶତକ, ଏବଂ ଏହା ସହିତ, ସେ ଲର୍ଡସରେ ଏକଦିବସୀୟ କ୍ରିକେଟ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ଇନିଂସ ଖେଳିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ସେ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ସାର୍ ଭିଭ ରିଚାର୍ଡସଙ୍କ ଦ୍ୱାରା ରେକର୍ଡ ହୋଇଥିବା ୪୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଯିଏ ୧୯୭୯ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୩୮ ରନ କରିଥିଲେ।

ଏହି ଶତକ ପରେ, ବେନ୍ ଡକେଟ ଆଉ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଲର୍ଡସରେ ଟେଷ୍ଟ ଏବଂ ଦିନିକିଆ ଉଭୟ ଫର୍ମାଟରେ ଶତକ ହାସଲ କରିଥିବା ବିଶ୍ୱବ୍ୟାପୀ ଓପନରଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଡକେଟଙ୍କ ପୂର୍ବରୁ, କେବଳ ପାଞ୍ଚ ଜଣ କିମ୍ବଦନ୍ତୀ ଇଂଲଣ୍ଡ ଓପନର ଏହି ସଫଳତା ହାସଲ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ସଙ୍କଟରେ ଏହି ୭ ଭାରତୀୟ ଖେଳାଳିଙ୍କ କ୍ୟାରିୟର: ଟିମ ଇଣ୍ଡିଆକୁ ଫେରିବା ରାସ୍ତା କଷ୍ଟକର, ଲିଷ୍ଟରେ ଅଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚରେ ଟି-୨୦ ସିରିଜକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ସେପ୍ଟେମ୍ବର ୧ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri