ବେଲ୍ଟ ଫ୍ୟାଶନ

ଫର୍ମାଲ୍‌ ପ୍ୟାଣ୍ଟ ହେଉ କି ଜିନ୍ସ ପ୍ୟାଣ୍ଟ ତା’ସାଙ୍ଗରେ ବେଲ୍ଟ ପିନ୍ଧିବାର ଫ୍ୟାଶନ ବହୁ ପୂର୍ବରୁ ରହିଆସିଛି। ତେବେ କେବଳ ଏହି ଆଉଟ୍‌ଫିଟ୍‌ କାହିଁକି ଅନ୍ୟ ଯେକୌଣସି ଆଉଟ୍‌ଫିଟ୍‌ରେ ବି ବେଲ୍ଟ ପିନ୍ଧି ଟ୍ରେଣ୍ଡି ଲୁକ୍‌ ପାଇପାରିବେ। କେମିତି, ଜାଣନ୍ତୁ ସେ ସମ୍ପର୍କରେ…

* ଲଙ୍ଗ୍‌ ଡ୍ରେସ୍‌: ଯେ କୌଣସି ଲଙ୍ଗ୍‌ ଡ୍ରେସ୍‌ ହେଉ ନା କାହିଁକି ତା’ ଉପରେ ବେଲ୍ଟ ପିନ୍ଧି ଆରାମରେ ଷ୍ଟାଇଲିଶ୍‌ ଲୁକ୍‌ ପାଇହେବ। କିନ୍ତୁ ଧ୍ୟାନ ଦେବେ ଡ୍ରେସ୍‌ ସାଙ୍ଗକୁ ବେଲ୍ଟ ଯେମିତି ପରଫେକ୍ଟ ମ୍ୟାଚ୍‌ କରୁଥିବ। ତା’ସହିତ ଏହି ବେଲ୍ଟକୁ କେବେ ବି ପେଟ ଉପରେ ବାନ୍ଧିବେ ନାହିଁ ବରଂ ପେଟଠୁ ଟିକେ ଉପରକୁ ବାନ୍ଧିବେ। ଯଦ୍ଦ୍ବାରା ପେଟର ମୋଟାପଣ ଆରାମରେ ଲୁଚିଯିବ, ତା’ସାଙ୍ଗକୁ ଲୁକ୍‌ ବି ଷ୍ଟାଇଲିଶ୍‌ ଲାଗିବ।

* ବଡ଼ିକନ୍‌ ଡ୍ରେସ୍‌: ଏହି ଟାଇପ୍‌ର ଡ୍ରେସ୍‌ ଉପରେ ଷ୍ଟ୍ରେଚେବଲ୍‌ ବେଲ୍ଟ ପିନ୍ଧିଲେ ଲୁକ୍‌ ଖୁବ୍‌ ଆକର୍ଷଣୀୟ ଲାଗିବ। ମାର୍କେଟ୍‌ରେ ବିଭିନ୍ନ ରଙ୍ଗର ଷ୍ଟ୍ରେଚେବଲ୍‌ ବେଲ୍ଟ ଆରାମରେ ମିଳିଯିବ। କେବଳ ବଡିକନ୍‌ ଡ୍ରେସ୍‌ ନୁହେଁ ଏହି ଟାଇପ୍‌ର ବେଲ୍ଟକୁ ଓଭର୍‌ ସାଇଜ୍‌ ଶାର୍ଟ ସାଙ୍ଗରେ ବି ପେୟାର୍‌ କଲେ ଟ୍ରେଣ୍ଡି ଲୁକ୍‌ ମିଳିବ।

* ସାଲଓ୍ବାର ସୁଟ୍‌: ସାଲଓ୍ବାର୍‌ ସୁଟ୍‌ ଉପରେ ବେଲ୍ଟ ବାନ୍ଧିବାର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ମୁଖ୍ୟତଃ ସାଲଓ୍ବାର୍‌ ସୁଟ୍‌ ସାଙ୍ଗରେ ପଟି ଷ୍ଟାଇଲ୍‌ର ବେଲ୍ଟ ଭଲ ମାନିଥାଏ। କିନ୍ତୁ ଧ୍ୟାନ ଦେବେ ଏହି ବେଲ୍ଟର ରଙ୍ଗ ଆଉ ଡିଜାଇନ୍‌ ଯେମିତି ସୁଟ୍‌ର ରଙ୍ଗ କିମ୍ବା ଏହାର ବଡର୍ର ସହିତ ପରଫେକ୍ଟ ମ୍ୟାଚ୍‌ କରୁଥିବ।

* ଶାଢି: ଶାଢି ଉପରେ କମରବନ୍ଧ ପିନ୍ଧିବାର ଫ୍ୟାଶନ ହୁଏତ ବହୁତ ପୁରୁଣା ହୋଇପାରେ, କିନ୍ତୁ ଏବେ ଅନେକେ ଶାଢି ଉପରେ ଷ୍ଟାଇଲିଶ୍‌ ବେଲ୍ଟ ବାନ୍ଧି ବି ନିଜକୁ ଡିଫରେଣ୍ଟ ଲୁକ୍‌ ଦେଇ ପାରୁଛନ୍ତି। ମୁଖ୍ୟତଃ ଶାଢି ସାଙ୍ଗକୁ ଲେଦର୍‌ ବେଲ୍ଟ କିମ୍ବା ଷ୍ଟାଇଲିସ୍‌ ଏମ୍ବେଲିଷ୍ଡ ବେଲ୍ଟ ପିନ୍ଧିଲେ ସୁନ୍ଦର ମାନିଥାଏ।

* ଲେହେଙ୍ଗା: ଯଦି ଆପଣ ଏମ୍ବ୍ରୋଡୋରୀ କାମ ବାଲା ଲେହେଙ୍ଗା ପିନ୍ଧୁଛନ୍ତି, ତା’ହେଲେ ତା’ସାଙ୍ଗକୁ ମ୍ୟାଚିଂ ଏମ୍ବ୍ରୋଡୋରୀ ବାଲା ବେଲ୍ଟ ପିନ୍ଧିବା ଆବଶ୍ୟକ। ଅନ୍ୟପକ୍ଷେ ଯଦି କୌଣସି ପ୍ଲେନ୍‌ ଷ୍ଟାଇଲ୍‌ର ଲେହେଙ୍ଗା ପିନ୍ଧୁଛନ୍ତି, ତେବେ ତା’ ସାଙ୍ଗରେ ଲେଦର କିମ୍ବା ମେଟାଲିକ୍‌ ବକଲ୍‌ ବାଲା ବେଲ୍ଟ ପିନ୍ଧି ନିଜକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ। ତା’ଛଡ଼ା ଧ୍ୟାନ ଦେବେ ଲେହେଙ୍ଗା ସାଙ୍ଗରେ ବେଲ୍ଟ ପିନ୍ଧିଲାବେଳେ ସର୍ବଦା ବେଲ୍ଟକୁ ଠିକ୍‌ ଅଣ୍ଟା ଉପରେ ହିଁ ପିନ୍ଧିବେ; ଏହା ଲୁକ୍‌କୁ ଭଲ ମାନିବ।

* ବାଲାନ୍ସଡ୍‌ ଲୁକ୍‌: ଯଦି ଆପଣଙ୍କୁ ବାଲାନ୍ସଡ୍‌ ଲୁକ୍‌ ପସନ୍ଦ ତା’ହେଲେ ଯେ କୌଣସି ଓ୍ବାନ୍‌ପିସ୍‌ ଡ୍ରେସ୍‌ ସାଙ୍ଗକୁ ଟିକେ କମ୍‌ ଚଉଡ଼ା ବାଲା ବେଲ୍ଟ ପିନ୍ଧିଲେ ଲୁକ୍‌ ବେଶ୍‌ ସୁନ୍ଦର ଦେଖାଯାଇଥାଏ। ଲେଦର୍‌ ବେଲ୍ଟ ବି ଏହି ଟାଇପ୍‌ର ଡ୍ରେସ୍‌ ସାଙ୍ଗକୁ ବହୁତ ଭଲ ମାନିଥାଏ।

* ପ୍ୟାଣ୍ଟ: ଯଦି ଆପଣ ଜିନ୍ସ କିମ୍ବା ଫର୍ମାଲ୍‌ ପ୍ୟାଣ୍ଟ ସହ ଲଙ୍ଗ୍‌ ସାର୍ଟ ପିନ୍ଧୁଛନ୍ତି ଆଉ ତାକୁ ଇନ୍‌ ନ କରି ଖୋଲା ଛାଡୁଛନ୍ତି, ତା’ହେଲେ ଏହି ଖୋଲା ସାର୍ଟ ଉପରେ ହିଁ ବେଲ୍ଟ ବାନ୍ଧିଲେ ଟିକେ ଡିଫରେଣ୍ଟ ଲୁକ୍‌ ମିଳିଥାଏ। ଅନ୍ୟପକ୍ଷେ ଯଦି ଇନ୍‌ କଲେ ତା’ହେଲେ ପ୍ୟାଣ୍ଟରେ ବେଲ୍ଟ ବାନ୍ଧି ନିଜକୁ ଟ୍ରେଣ୍ଡି ଲୁକ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri