ଘଣ୍ଟାକୁ ନେଇ ବିଶ୍ୱାସ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକଟି ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ସେମିତି ଏକ ବସ୍ତୁ ହେଉଛି ଘଣ୍ଟା। ସମୟ ଜାଣିବା ପାଇଁ ସାଧାରଣତଃ ଘରେ ଘଣ୍ଟା ଲଗାଯାଇଥାଏ। କିନ୍ତୁ ଏହି ଘଣ୍ଟା ଲଗାଇବା ପାଇଁ ଠିକ୍‌ ଦିଗ ଚୟନ କରିବା ବି ଅତ୍ୟନ୍ତ ଜରୁରୀ; ନଚେତ୍‌ ଏହାର ଅନେକ କୁପ୍ରଭାବ ଆମକୁ ଭୋଗିବାକୁ ହୋଇଥାଏ। ଯେମିତିକି:

* ଘଣ୍ଟାକୁ ସର୍ବଦା ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଲଗାଇବା ଦରକାର। ଯେହେତୁ ଦକ୍ଷିଣ ଦିଗ ହେଉଛି ଯମରାଜାଙ୍କର ତେଣୁ ଉକ୍ତ ଦିଗରେ ଘଣ୍ଟା ନ ଲଗାଇବା ଉଚିତ୍‌। କାରଣ ଏହାଦ୍ୱାରା ଘର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଖାସ୍‌ କରି ଆୟୁ ଓ ସ୍ବାସ୍ଥ୍ୟହାନିର ଏହା କାରଣ ସାଜିଥାଏ।

* କେବେ ବି ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟ ଉପରେ ଘଣ୍ଟା ଲଗାଇବେ ନାହିଁ; କାରଣ ଏହାଦ୍ୱାରା ଘରେ ଝଗଡ଼ା ଲାଗିଥାଏ ବୋଲି ବିଶ୍ୱାସ ରହିଛି।

* ଘଣ୍ଟା ଉପରେ କେବେ ବି ଧୂଳି ଜମିବାକୁ ଦେବେନାହିଁ। ଏଥିସହିତ ଭାଙ୍ଗିଯାଇଥିବା କିମ୍ବା ଅଚଳ ଘଣ୍ଟାକୁ ବି ଘରେ ଆଦୌ ରଖିବେ ନାହିଁ। କାରଣ ଏହା ଅଶୁଭ ସୂଚନା ଦେଇଥାଏ।

* ଅନ୍ୟପକ୍ଷେ ଘଣ୍ଟାକୁ କେବେ ବି ବିଳମ୍ବରେ ଚାଲିବାକୁ ଦେବେନାହିଁ। ଆବଶ୍ୟକ ହେଲେ ଏହାର ସମୟକୁ ଦୁଇ ତିନି ମିନିଟ୍‌ ଆଗୁଆ ପଛେ ଚାଲିବାକୁ ଦେବେ ହେଲେ ସାମାନ୍ୟ ବିଳମ୍ବ ହେବାକୁ ଦେବେନାହିଁ। କାରଣ ଏହାଦ୍ବାରା ପରିବାର ଲୋକଙ୍କ ଉପରେ କୁଆଡ଼େ ସମୟାନୁବର୍ତ୍ତିତାର ଓଲଟା ପ୍ରଭାବ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଯଦି ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri