ରିଅଲ୍‌ଟି ଶୋ’ରେ ବୈଶିଙ୍ଗା ଝିଅ ନଂ.୧

ବୈଶିଙ୍ଗା,୧୮ା୯(ରତନ ଦାଶ): ଟିଭି ଚ୍ୟାନେଲ ଜି ସାର୍ଥକରେ ପ୍ରସାରିତ ‘ଦିଦି ନଂ. ୧’ ରିଅଲ୍‌ଟି ଶୋ’ରେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର କୁନି ଝିଅ ଆହାନା ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସେ ଟାଇଟଲ ଜିତିବା ସହିତ ସୁନା ଚେନ୍‌ ଓ ଏକ ହଜାର ଟଙ୍କାର ଡିସ୍‌କାଉଣ୍ଟ ଗିଫ୍ଟ ଭାଉଚର ମଧ୍ୟ ହାସଲ କରିଛନ୍ତି। ତାଙ୍କ ସହିତ ବ୍ରହ୍ମପୁରରୁ ଆଦର୍ଶ ପାତ୍ର ମଧ୍ୟ ଯୁଗ୍ମଭାବେ ଟାଇଟଲ ବିଜେତା ହୋଇଛନ୍ତି। ବୈଶିଙ୍ଗା ଗ୍ରାମର ସ୍ବାତୀସ୍ମିତା ଓ ବିନମ୍ର ମହାପାତ୍ରଙ୍କର କନ୍ୟା ଆହାନା ଏବେ ୟୁକେଜି ଛାତ୍ରୀ।