Posted inଜାତୀୟ

୩୦ ବର୍ଷ ହେଲା ଜେଲରେ ଅଛି, ରାଜୀବ ଗାନ୍ଧୀଙ୍କ ଦୋଷୀଙ୍କୁ ମିଳୁଛି ମୁକ୍ତି ମୋତେ କାହିଁକି ନୁହେଁ, କଏଦୀଙ୍କ କଥା ଶୁଣି…

ନୂଆଦିଲ୍ଲୀ,୧୮।୧୦: ନିଜ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ୩୦ବର୍ଷ ଜେଲରେ ଥିବା ଜଣେ ୮୪ ବର୍ଷ ବୟସ୍କ ବ୍ୟକ୍ତି ଆଜୀବନ କାରାଦଣ୍ଡକୁ ମୃତ୍ୟୁଦଣ୍ଡଠାରୁ ଖରାପ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ଓକିଲ ବୁଧବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଫାଶୀ ଦେବା ଏହାଠାରୁ ଭଲ ଦଣ୍ଡ ହୋଇପାରେ। କଏଦୀଙ୍କ ସକିଲ କହିଛନ୍ତି କି ତାଙ୍କ ଦଣ୍ଡକୁ ମୃତ୍ୟୁଦଣ୍ଡରେ ପରିବର୍ତ୍ତନ କରି ଦିଆଯାଉ। ଏହି ଆବେଦନ ସ୍ବାମୀ ଶ୍ରଦ୍ଧାନନ୍ଦ ଓରଫ ମୁରଲୀ ମନୋହର ମିଶ୍ରଙ୍କ ଦ୍ୱାରା ଦାଖଲ କରାଯାଇଥିଲା। ସେ କହିଛନ୍ତି ଯେ ସେ କ୍ରମାଗତ ୩୦ବର୍ଷ ଜେଲରେ ଅଛନ୍ତି ଏବଂ ଏହି ସମୟ ମଧ୍ୟରେ ତାଙ୍କ ବିରୋଧରେ କୌଣସି ପ୍ରତିକୂଳ ମାମଲା ରୁଜୁ କରାଯାଇ ନାହିଁ।

ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭଇ, ଜଷ୍ଟିସ ପି.କେ ମିଶ୍ର ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ଜେଲରୁ ମୁକ୍ତ ହେବା ପାଇଁ ଅନୁରୋଧ କରାଯାଇଥିବା ରିଟ ପିଟିସନକୁ ଖାରଜ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଜୁଲାଇ ୨୦୦୮ର ପୁନଃ ସମୀକ୍ଷା ପାଇଁ ତାଙ୍କ ପୃଥକ ଆବେଦନ ଶୁଣାଣି କରିବାକୁ ବେଞ୍ଚ ରାଜି ହୋଇଥିଲା, ଯାହା ତାଙ୍କୁ ସାରା ଜୀବନ ଜେଲରୁ ମୁକ୍ତ ନକରିବାକୁ ନିର୍ଦ୍ଦେଶ ଦେଇଥିଲା। ବେଞ୍ଚ କହିଲା, ଆପଣ ଏହାକୁ ଫାଶୀରେ ପରିଣତ କରିବାକୁ ଚାହୁଁଛନ୍ତି କି? ଦୋଷୀଙ୍କର ଓକିଲ କହିଛନ୍ତି ଯେ ଯଦି ସମ୍ଭବ, ଆଜିର ତାରିଖରେ ଫାଶୀ ଏକ ଭଲ ପରିସ୍ଥିତି ହେବ।
ବେଞ୍ଚ ପଚାରିଲା, ‘ତୁମେ ତୁମର ମୁଦାଲାଙ୍କ ସହ କଥା ହୋଇଛ କି?’ ଶ୍ରଦ୍ଧାନନ୍ଦଙ୍କ ଓକିଲ ବରୁଣ ଠାକୁର ଉତ୍ତର ଦେଇଛନ୍ତି, ମୁଁ ତାଙ୍କ ସହ କଥା ହୋଇ ନାହିଁ। ସେ ଯୁକ୍ତି ଦର୍ଶାଇଥିଲେ ଯେ ଶ୍ରଦ୍ଧାନନ୍ଦଙ୍କୁ ଦିଆଯାଇଥିବା ଏପରି ଦଣ୍ଡ ସେତେବେଳେ ତତ୍କାଳୀନ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ପ୍ରଦାନ କରାଯାଇ ନାହିଁ। ସେ କହିଛନ୍ତି ଯେ ଏହି ମାମଲାରେ ଦୋଷୀ ନ୍ୟାୟିକ ସ୍ବୀକାରୋକ୍ତି ଉପରେ ଆଧାରିତ। ବେଞ୍ଚ ପ୍ରଶ୍ନ କରିଛି, ’ବର୍ତ୍ତମାନ ଆମେ ମାମଲା ପୁନଃ ଖୋଲିବା ଉଚିତ କି?’ ବେଞ୍ଚ କହିଛନ୍ତି ଯେ କର୍ନାଟକ ହାଇକୋର୍ଟଙ୍କ ସହ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଦୋଷକୁ ସମର୍ଥନ କରିଛନ୍ତି।
କୋର୍ଟ କହିଛନ୍ତି, ଦୋଷୀ ସାବ୍ୟସ୍ତ ଆଧାରରେ କୌଣସି ଅଭିଯୁକ୍ତର ମୃତ୍ୟୁଦଣ୍ଡ ପାଇବା ଅଧିକାର ନାହିଁ। ତୁମେ ତୁମର ଜୀବନ ନେଇପାରିବ ନାହିଁ ।ଆତ୍ମହତ୍ୟା ଉଦ୍ୟମ ମଧ୍ୟ ଏକ ଅପରାଧ ତେଣୁ ଆପଣ କହିପାରିବେ ନାହିଁ ଯେ କୋର୍ଟକୁ ମୃତ୍ୟୁଦଣ୍ଡ ଦେବାକୁ ପଡିବ। କୋର୍ଟ ଉପଯୁକ୍ତ ଦଣ୍ଡ ଦେବେ। ଦୋଷୀଙ୍କର ଓକିଲ କହିଛନ୍ତି ଯେ ସୁପ୍ରିମକୋର୍ଟ ଦେଇଥିବା ଦଣ୍ଡ କ୍ରାଇମବ୍ରାଞ୍ଚର ଧାରା ୪୩୨ ଅନୁଯାୟୀ ଅକାଳ ମୁକ୍ତି ପାଇଁ ଆବେଦନ କରିବାର ଅଧିକାର ଶ୍ରଦ୍ଧାନନ୍ଦଙ୍କ ଅଧିକାରକୁ ଅବରୋଧ କରିଛି। ବେଞ୍ଚ କହିଛି, ତୁମକୁ ଦଣ୍ଡରୁ ରକ୍ଷା କରିବା ପାଇଁ ଏହି ଦଣ୍ଡ (ଆଜୀବନ କାରାଦଣ୍ଡ) ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ପଦାର୍ପଣ କଲା କ୍ରିକେଟ୍‌: WCC ଲିଗ୍‌ର ଶୁଭାରମ୍ଭ, ଆସନ୍ତା ବର୍ଷ…

ବେଜିଂ,୧୩।୧୧:ଚାଇନାରେ କ୍ରିକେଟର ପ୍ରସାର ଓ ଲୋକପ୍ରିୟତା ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଉଛି। ୱାଲର୍‌ଡ ଚାମ୍ପିୟନସିପ ଅଫ କ୍ରିକେଟ (WCC) ଓ ଡୋଙ୍ଗ୍ୟୁହୁଇ ସ୍ପୋର୍ଟସ (Dongyuehui…

ମାର୍ଗୀ ହେବେ ଶନି: ତୁଳା ସମେତ ୪ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଚାକିରିରୁ ବ୍ୟବସାୟ ଯାଏ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ଚଳନରେ ପରିବର୍ତ୍ତନ ମଣିଷ ଜୀବନ ଉପରେ ପ୍ରଭାବ ପକାଇଥାଏ। ଆସନ୍ତା ଡିସେମ୍ବର ୧୧ ତାରିଖ ଶୁକ୍ରବାର ସକାଳ ୫ଟାରେ ଶନିଦେବ…

ଅବିନାଶଙ୍କୁ ଧକ୍କା ଦେଲା କାର୍‌: ଜାତୀୟ ରାଜପଥ ଉପରେ ଘଟିଲା…

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଗ୍ରାମର ୫୯ ନଂ ଜାତୀୟ ରାଜପଥ ଉପରେ ଶୁକ୍ରବାର ଗୋଟିଏ କାର ସହ ବାଇକର…

ସାମ୍ନାକୁ ଆସିଲା Nvidia ସିଇଓ ଜେନସେନ ହୁଆଙ୍ଗଙ୍କ ତୃତୀୟ ପ୍ରେମ ସମ୍ପର୍କ; ଆଲିସ-କିମ୍ବର୍ଲିଙ୍କ ବ୍ୟତୀତ ତାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ…

ବେଜିଂ,୧୩।୧୧: Nvidia (ଏନଭିଡିଆ) ର ସିଇଓ ଜେନସେନ ହୁଆଙ୍ଗ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗୁରୁବାର ପ୍ରକାଶିତ ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ,…

ଉଇକେଟ୍‌ ନେବା ପରେ ରାଗିକି ପଞ୍ଚମ ହୋଇଗଲେ ଗୁରନୁର, ଦୌଡ଼ିଯାଇ କୋହଲି…ଦେଖନ୍ତୁ VIDEO

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ମଇଦାନରେ ଦେଖିବାକୁ ମିଳିଥିଲା ଉତ୍ତେଜନାପୂର୍ଣ୍ଣ ଦୃଶ୍ୟ। ନ୍ୟୁଜିଲାଣ୍ଡର ଓପନର୍‌ ଟିମ ସିଫର୍ଟଙ୍କୁ ଆଉଟ କରିବା…

ଓଡ଼ିଶାରେ ବନ୍ଦ ହେବ ଉବେର-ରାପିଡୋ ବାଇକ୍‌ ସେବା! ଜାଣନ୍ତୁ କାରଣ

ଭୁବନେଶ୍ବର,୧୩।୧୧: ଓଡ଼ିଶାରେ ଉବେର ଓ ରାପିଡୋର ବାଇକ୍‌ ଟ୍ୟାକ୍ସି ସେବାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆପ୍‌ ଜରିଆରେ ଯାତ୍ରୀ ପରିବହନରେ ବ୍ୟବହୃତ ହେଉଥିବା ଘରୋଇ…

୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟିମ ସିଫର୍ଟ୍‌: ପାଓ୍ବାର୍‌ ପ୍ଲେରେ କଲେ ବଡ଼ କାରନାମା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଦିନିକିଆରେ କିୱି ଓପନର ଟିମ ସିଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଟସ ହାରି ପ୍ରଥମେ…

ଟ୍ରମ୍ପଙ୍କ ବଡ଼ ଦାବି, କହିଲେ Nvidiaର ପୂର୍ବତନ ସିଇଓ ହୁଆଙ୍ଗ ମୋତେ ଫୋନ କରିଥିଲେ, ‘ସେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି’

ଓ୍ବାଶିଂଟନ,୧୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜେନସେନ ହୁଆଙ୍ଗଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?