‘ଗତାନୁଗତିକ ପନ୍ଥା ନ ଆପଣେଇ ନିଜେ ସୃଜନଶୀଳ ହେବା’

ବ୍ରହ୍ମପୁରସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟ ଦେଶର ଅଗ୍ରଣୀ ଅନୁଷ୍ଠାନ ମଧ୍ୟରୁ ଗୋଟିଏ। ନିଷ୍ଟ ବିଶ୍ୱବିଦ୍ୟାଳୟ ପରିଚାଳନା କରୁଥିବା ଏସ୍‌ଏମ୍‌ ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ଡ. ସୁକାନ୍ତ କିଶୋର ମହାପାତ୍ର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସୁପରିଚିତ। ସେ ଏନ୍‌ଆଇଟି ରାଉରକେଲାରୁ ଇଞ୍ଜିନିୟରିଂ ସାରିବା ପରେ ୟୁଏସ୍‌ଏ ଷ୍ଟିଭେନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ କମ୍ପ୍ୟୁଟର ସାଇନ୍ସରେ ପିଏଚ୍‌.ଡି. ହାସଲ କରିଥିଲେ। ଟେଲିକମ୍ୟୁନିକେଶନ ଇଣ୍ଡଷ୍ଟ୍ରିରେ ୩୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଡ. ମହାପାତ୍ର ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀରେ ନେତୃତ୍ୱ ନେବା ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଡ. ମହାପାତ୍ରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର-ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷାର ବ୍ୟାପକତା ବୃଦ୍ଧି କରିବାରେ କେଉଁ ଆହ୍ବାନର ସମ୍ମୁଖୀନ ହୋଇଥାଏ?
ଉ- ଦେଶର ପ୍ରଗତି ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭରକରେ। ଚାଇନା ଓ ୟୁଏସ୍‌ ପରେ ଭାରତ ବିଦ୍ୟାର୍ଥୀଙ୍କ ସଂଖ୍ୟାରେ ତୃତୀୟ। ଶିକ୍ଷା ଅଧିକାର ଆଇନ ତଥା ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି। ସେହିପରି ଜାତୀୟ ଶିକ୍ଷାନୀତି ୨୦୨୦ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ସରଳ କରିଛି। ତେବେ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ଆହ୍ବାନକୁ ଘରୋଇ ଶିକ୍ଷାନୁଷ୍ଠାନ ସାମ୍ନା କରୁଥିଲେ ମଧ୍ୟ ପିଲାଙ୍କୁ ଗୁଣାମତ୍କ ଶିକ୍ଷା ପ୍ରଦାନ ଆମର ପ୍ରଧାନ ଲକ୍ଷ୍ୟ। ଏମିତି ଦେଖିବାକୁ ଗଲେ ସାରା ବିଶ୍ୱରେ ଅନେକ ଘରୋଇ ଅନୁଷ୍ଠାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉକତ୍ର୍ଷ ପ୍ରତିପାଦନ କରିଛି।
ପ୍ର-ଶିକ୍ଷାକ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିିଆଲ ଇଣ୍ଟେଲିଜେନ୍ସ)ର କ’ଣ ପ୍ରଭାବ ରହିଛି?
ଉ- ଡିଜିଟାଲ ବିପ୍ଳବ ଦ୍ୱାରା ଟେକ୍ନୋଲୋଜି ବ୍ୟବହାରରେ ଶିକ୍ଷା ବ୍ୟବସ୍ଥାକୁ ଫଳପ୍ରଦ କରାଯାଇପାରିବ। କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସ୍ବାସ୍ଥ୍ୟ, ବାଣିଜ୍ୟ, ବ୍ୟବସାୟ, ଉପତ୍ାଦନଠାରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି। ସେହିପରି କୃତ୍ରିମ ବୁଦ୍ଧିମତ୍ତା ପ୍ରଫେସରମାନେ ପିଲାଙ୍କୁ ପାଠ ପଢ଼ାଇପାରିବେ। ବର୍ତ୍ତମାନ ଏଆଇ ସହଯୋଗରେ ପରୀକ୍ଷା ପରିଚାଳନା ମଧ୍ୟ ଶୃଙ୍ଖଳିତ ହୋଇପାରୁଛି।
ପ୍ର-ନିଷ୍ଟ ବିଶ୍ୱବିଦ୍ୟାଳୟର କେଉଁ ବିଶେଷତ୍ୱ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିଥାଏ? ଏ କ୍ଷେତ୍ରରେ ଆପଣଙ୍କ ଜୀବନଯାତ୍ରା କିପରି ରହିଛି?
ଉ-ନିଷ୍ଟ ବିଶ୍ୱବିଦ୍ୟାଳୟ ୪ଟି କଥାକୁ ଗୁରୁତ୍ୱ ଦେଇଥାଏ। ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ପ୍ରାଥମିକତା, ବିଦ୍ୟାର୍ଥୀଙ୍କ ଦ୍ୱାରା ଗବେଷଣା ଓ ଆବିଷ୍କାର, ସମାଜ ପ୍ରତି ଦାୟିତ୍ୱବୋଧ ଏବଂ ନିଷ୍ଟ ପରିବାର ହିଁ ବିଶ୍ୱବିଦ୍ୟାଳୟକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ଦେଶର ଶ୍ରେଷ୍ଠ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି । କାରଣ ଶିକ୍ଷାକ୍ଷେତ୍ରରେ ଆମେ ପିଲାଙ୍କ ମୂଳଦୁଆ ଓ ସୃଜନଶୀଳତାକୁ ଗୁରୁତ୍ୱ ଦେଇଥାଉ। ପିଲାଙ୍କୁ ଗବେଷଣା ପାଇଁ ଯଥେଷ୍ଟ ସୁଯୋଗ ମିଳିଥାଏ। ମୋ ଜୀବନଯାତ୍ରା କଥା କହିବାକୁ ଗଲେ, ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ଆନନ୍ଦମୟ। ମୁଁ ଭାଗ୍ୟବାନ୍‌ ଯେ, ଛାତ୍ର ଜୀବନଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଅନେକ ଉଜ୍ଜ୍ୱଳ ବ୍ୟକ୍ତିତ୍ୱଙ୍କ ସଂସ୍ପର୍ଶରେ ଆସିଛି। ସେମାନଙ୍କଠାରୁ ମୁଁ ବହୁତ କିଛି ଶିଖିଛି।
ପ୍ର- ଶିକ୍ଷାକ୍ଷେତ୍ରରେ ବ୍ୟବସାୟିକ ସଫଳତା ପାଇବା ପାଇଁ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ?
ଉ- କେବଳ ଶିକ୍ଷାକ୍ଷେତ୍ର ନୁହେଁ, ଯେକୌଣସି କ୍ଷେତ୍ରରେ ସଫଳତା ପାଇବା ପାଇଁ ପ୍ରଥମେ ନିଜେ ନିଜକୁ ଜାଣିବା ଦରକାର। ଯେଉଁଥିରେ ରୁଚି ସେହି କ୍ଷେତ୍ରରେ ଆଗକୁ ବଢ଼ିବା ଆବଶ୍ୟକ। ଲୋକଙ୍କୁ ଅନୁକରଣ ନ କରି ଲୋକ କିପରି ଆପଣଙ୍କୁ ଅନୁକରଣ କରିବେ ସେଥିପାଇଁ ଉଦ୍ୟମ କରିବା ଉଚିତ। ଜୀବନ ବହୁତ ଛୋଟ ଏବଂ ଖୁସି ରହିବା ସଫଳତାର ଚାବିକାଠି। ଆପଣଙ୍କ କର୍ମ ଦ୍ୱାରା ସବୁବେଳେ ଅନ୍ୟକୁ ଖୁସି ରଖନ୍ତୁ।
ପ୍ର-ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କେବଳ ପରୀକ୍ଷାରେ ଭଲ ମାର୍କ ଆଣିବା ଛାତ୍ରୀଛାତ୍ରଙ୍କ ଲକ୍ଷ୍ୟ ହୋଇଯାଇଛି କି?
ଉ-ଏକଥା ସତ୍ୟ ଯେ, ଭାରତୀୟ ଶିକ୍ଷା ପ୍ରଣାଳୀ ମୂଳତଃ ପାଠ୍ୟଖସଡ଼ାକୁ କଣ୍ଠାଗ୍ରତ କରିବା ପଦ୍ଧତି ଉପରେ ପର୍ଯ୍ୟବସିତ। ଅନେକ ସମୟରେ ଦେଖାଯାଏ ଛାତ୍ରଟିର ମୌଳିକ ମୂଲ୍ୟବୋଧ ଏବଂ କିଛି ନୂତନ କରିବାର ଇଚ୍ଛା ଏହି ତଥାକଥିତ କଣ୍ଠାଗ୍ରତ କରିବା ଶୈଳୀ ପାଇଁ ନିଜର ଗୁରୁତ୍ୱ ହରାଇଥାଏ। ଯେକୌଣସି ଗୋଟିଏ ବିଷୟରେ ମୂଲ୍ୟାଙ୍କନ ହିଁ ବିଦ୍ୟାର୍ଥୀଟିର ସାମଗ୍ରିକ ମୂଲ୍ୟବୋଧକୁ ସୂଚାଇଥାଏ। ବିଦ୍ୟାର୍ଥୀମାନେ ବସ୍ତୁତଃ ପ୍ରଚଳିତ ଧାରାକୁ ଅନୁସରଣ କରିବାକୁ ଉପଦେଶ ପାଇଥା’ନ୍ତି। ଫଳରେ ଆମ ସମାଜରେ ନୂତନତ୍ୱ ପ୍ରାୟ ଦେଖାଯାଏ ନାହିଁ। ତେଣୁ ଛାତ୍ରୀଛାତ୍ରମାନେ ନୁହନ୍ତି, ସମାଜର ପ୍ରତ୍ୟେକ ବ୍ୟକ୍ତି ଗତାନୁଗତିକ ଚିନ୍ତାଧାରା ବଦଳରେ ନିଜର ସୃଜନାମତ୍କ ଚିନ୍ତାଧାରାକୁ ଅନୁସରଣ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri