Categories: ଜାତୀୟ

ବେଗୁସରାଇ ଗୁଳିକାଣ୍ଡ ଘଟଣା: ୪ ଅଭିଯୁକ୍ତ ଗିରଫ

ପାଟନା,୧୬।୯: ବେଗୁସରାଇ ଗୁଳିକାଣ୍ଡ ଘଟଣାର ତିନି ଦିନ ପରେ ବିହାର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ହୃଦୟ ବିଦାରକ ଘଟଣାରେ ପୋଲିସ ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାନୁସାରେ, ଶୁକ୍ରବାର ସକାଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଗୁରୁବାର ରାତିରେ ଦୁଇଜଣଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସନ୍ଧ୍ୟାରେ ବେଗୁସରାଇରେ ଘଟିଥିବା ଏହି ଘଟଣାରେ ଜଣେ ୩୦ ବର୍ଷୀୟ ଯୁବକ ନିହତ ହୋଇଥିବାବେଳେ ଅନ୍ୟ ୧୧ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ବାଇକରେ ଆସି ଜିଲାର ୧୦ଟି ସ୍ଥାନରେ ଆଖିବୁଜା ଗୁଳି ଚଳାଇ ଆତଙ୍କ ଖେଳାଇ ଦେଇଥିଲେ। କର୍ତ୍ତବ୍ୟରେ ଅବହେଳା ପାଇଁ ବୁଧବାର ବେଗୁସରାଇର ୭ ପୋଲିସ ଅଫିସରଙ୍କୁ ନିଲମ୍ବନ କରାଯାଇଛି।

Share