ଗୁଳିମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୦।୧: ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କର ବୁଧବାର ସକାଳେ ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ ଯେ, ସକାଳୁ ଦେବେନ୍ଦ୍ର ସୁମଣ୍ଡଳ ବସଷ୍ଟାଣ୍ଡଠାରେ ଚା’ ପିଉଥିବା ବେଳେ ଗୁଳିମାଡ଼ ଘଟିଛି। ୨ଟି ବାଇକରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଅତି ନିକଟରୁ ଗୁଳିକରି ଫେରାର ହୋଇଛି। ଫଳରେ ଘଟଣାସ୍ଥଳରେ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦେବେନ୍ଦ୍ରଙ୍କର ପୂର୍ବରୁ କୌଣସି ରାଜନୈତିକ ବିବାଦ ନଥିବା ଜଣାପଡିଛି ।