Posted inଜାତୀୟ

ନୂଆ କଂଗ୍ରେସର ଅୟମାରମ୍ଭ

ରାୟପୁର , ୨୭ା୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଛତିଶଗଡ଼ର ରାୟପୁରରେ ଚାଲିଥିବା ଏଆଇସିସିର ୮୫ତମ ମହାଧିବେଶନ ରବିବାର ଶେଷ ହୋଇଛି। ଏହି ଅଧିବେଶନ ଅବସରରେ ଦଳୀୟ ସମ୍ବିଧାନରେ ୮୫ଟି ପରିବର୍ତ୍ତନ ଅଣାଯାଇଥିବାବେଳେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ଓବିସି, ମହିଳା ଓ ଯୁବବର୍ଗଙ୍କ ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ସମେତ ସମସ୍ତ ଦଳୀୟ ପଦପଦବୀର ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ। ଅନ୍ୟ ସଂଶୋଧନ ମଧ୍ୟରେ ରହିଛି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ରେ ଦଳରୁ ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଏଆଇସିସି ଅଧ୍ୟକ୍ଷଙ୍କ ସମେତ ଲୋକ ସଭା ଏବଂ ରାଜ୍ୟ ସଭାରେ କଂଗ୍ରେସ ନେତାଙ୍କୁ ସାମିଲ କରାଯିବ। ୨୦୨୫ ଜାନୁୟାରୀ ୧ରୁ କଂଗ୍ରେସ କେବଳ ଡିଜିଟାଲ ସଦସ୍ୟତା ଆରମ୍ଭ କରିବ।
ଏହା ବ୍ୟତୀତ ମହାଧିବେଶନରେ ଦଳ ପକ୍ଷରୁ ରାଜନୈତିକ ସଂକଳ୍ପ ପ୍ରକାଶ ପାଇଛି। ଏଥିରେ ଘୃଣିତ ଅପରାଧ ବିରୋଧରେ ଆଇନ ଆଣିବା, ନିଶ୍ଚୟ ନାଗରିକ ଅଧିକାରଠାରୁ ମାଗଣା ସ୍ବାସ୍ଥ୍ୟସେବା, ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇଦେବା ଆଦି ପ୍ରତିଶ୍ରୁତି ଦିଆଯାଇଛି। ସଂକଳ୍ପରେ କୁହାଯାଇଛି, ଚଳିତ ବର୍ଷ ୯ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ୨୦୨୪ରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏଗୁଡ଼ିକ ଭାରତର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ। ନୀତି ଆଦର୍ଶ ଆଧାରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ପରାଜିତ କରିବାକୁ ହଲେ ବିରୋଧୀ ଦଳଗୁଡ଼ିକ ଏକାଠି ହେବା ଜରୁରୀ ଆବଶ୍ୟକତା। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ, ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ସ୍ବତନ୍ତ୍ର ବର୍ଗର ପାହ୍ୟା ବଜାୟ ରଖାଯିବ ବୋଲି କଂଗ୍ରେସ ଏହାର ସଂକଳ୍ପନାମାରେ କହିଛି। ରାଜନୈତିକ ବିରୋଧୀଙ୍କୁ ଧମକ ଦେବା ଓ ସେମାନଙ୍କ ସ୍ବରକୁ ଚାପିଦେବା ପାଇଁ ଭାଜପା ନେତୃତ୍ୱାଧୀନ ସରକାର ଇଡି, ଏନ୍‌ଆଇଏ, ସିବିଆଇ ଏବଂ ଆୟକର ବିଭାଗ ଆଦି କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଥିବାରୁ କଂଗ୍ରେସ ଏହାର କଡ଼ା ସମାଲୋଚନା କରିଛି।

କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ କହିଥିଲେ, ଦଳ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି, ଯାହାକୁ ଏହା ମୁକାବିଲା କରିପାରିବ। ଏଥିପାଇଁ ଏକତା, ଶୃଙ୍ଖଳା ଏବଂ ଦୃଢ଼ ସଂକଳ୍ପ ଆବଶ୍ୟକ। ଆମର ଶକ୍ତି ଦଳର ତାକତରେ ରହିଛି। ଉଦ୍‌ଯାପନୀ ଭାଷଣରେ ଖାର୍ଗେ କହିଥିଲେ, ଅଧିବେଶନ ଶେଷ ହୋଇପାରେ, କିନ୍ତୁ ଏହାର ନିଷ୍କର୍ଷଗୁଡ଼ିକ ନୂଆ କଂଗ୍ରେସର ଅୟମାରମ୍ଭ। ଜାତୀୟ ସ୍ତରରେ ଆମର ଆଚରଣ ସାରା ଦେଶର ପ୍ରତ୍ୟେକ ସ୍ତରରେ ଥିବା କୋଟି କୋଟି ଦଳୀୟ ସହକର୍ମୀମାନଙ୍କୁ ପ୍ରଭାବିତ କରିବ। ସମୟ ସହ ବହୁ କିଛି ବଦଳିଛି। ଲୋକମାନଙ୍କ ଆଶା ଆକାଂକ୍ଷାରେ ପରିବର୍ତ୍ତନ ହୋଇଛି, ନୂଆ ଚ୍ୟାଲେଞ୍ଜ ମୁଣ୍ଡ ଟେକିଛି। ଏଥିସହିତ ନୂଆ ଉପାୟ ମଧ୍ୟ ମିଳିଯାଇଛି ବୋଲି ଖାର୍ଗେ କହିଥିଲେ। ସେଥିପାଇଁ କୁହାଯାଉଛି, ରାଜନୀତି ଓ ସାମାଜିକ କାର୍ଯ୍ୟର କଦାପି ଅନ୍ତ ନାହିଁ। ଏହାକୁ ଆଗେଇ ନେବାକୁ ହେବ। ଆମର ବିଭିନ୍ନ ପିଢ଼ି ଉକ୍ତ ମାର୍ଗରେ ଚାଲୁଛନ୍ତି ଏବଂ ଭବିଷ୍ୟତରେ ତାହା ଜାରି ରଖିବେ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ।

ପୂର୍ବରୁ ପଶ୍ଚିମ ଯାତ୍ରା କରିବ କଂଗ୍ରେସ

ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ କଂଗ୍ରେସ ଏବେ ପୂର୍ବରୁ ପଶ୍ଚିମ ପଦଯାତ୍ରା କରିବା ଲାଗି ଯୋଜନା କରିଛି। ଏହି କ୍ରମରେ ଅରୁଣାଚଳପ୍ରଦେଶର ପାସିଘାଟରୁ ଗୁଜରାଟର ପୋରବନ୍ଦର ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଦଳ ବିଚାର କରୁଛି। ତେବେ ଏହା ଭାରତ ଯୋଡ଼ୋ ଯାତ୍ରାଠାରୁ ଭିନ୍ନ ହେବ ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ରବିବାର କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କନ୍ୟାକୁମାରୀରୁ କଶ୍ମୀର ଭାରତ ଯୋଡ଼ୋ ଯାତ୍ରାକୁ ସେ ତପସ୍ୟା ବୋଲି କହିଥିଲେ। ପୂର୍ବରୁ ପଶ୍ଚିମ ଯାତ୍ରାରେ ବହୁ ଜଙ୍ଗଲ ଏବଂ ନଦୀ ଅତିକ୍ରମ କରିବାକୁ ଥିବାରୁ ଏହା ଏକ ବହୁବିଧ ଯାତ୍ରା ହେବାକୁ ଥିବାବେଳେ ପଦଯାତ୍ରା ଏଥିରେ ମୁଖ୍ୟ ଭୂମିକା ନେବ ବୋଲି ଜୟରାମ କହିଛନ୍ତି। ଏପ୍ରିଲ ଓ ନଭେମ୍ବରରେ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ପଦଯାତ୍ରା ଜୁନ୍‌ ପୂର୍ବରୁ କିମ୍ବା ନଭେମ୍ବର ପୂର୍ବରୁ ଅନୁଷ୍ଠିତ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri