ମହାଯଜ୍ଞ ଆରମ୍ଭ: ବେଦମନ୍ତ୍ରରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୧୬ା୧(ଅଜିତ ମହାନ୍ତି):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିିଛି। ୧୨ ତାରିଖରେ ଶ୍ରୀନହରରେ ଗଜପତି ମହାରାଜା ଶ୍ରୋତ୍ରୀୟ ବାହ୍ମଣମାନଙ୍କୁ ଗୁଆଟେକା ଓ ବରଣ କରିବା ପରେ ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ଆରମ୍ଭ ହୋଇଥିଲା। ବରଣ ହୋଇଥିବା ବାହ୍ମଣମାନେ ଯଜ୍ଞସ୍ଥଳକୁ ଯାଇ ଅଙ୍କୁରା ରୋପଣ, ଅଙ୍କୁର ପୂଜନ, ଅଧିବାସ ସହ ଅନ୍ୟାନ୍ୟ ନୀତି ସାରିବା ପରେ ସୋମବାରଠାରୁ ମହାଯଜ୍ଞ ଆରମ୍ଭ ହୋଇଛି। ଏହା ୩ ଦିନ ଧରି ଚାଲିବ।
ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନି ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାଠରେ ଶ୍ରୀକ୍ଷେତ୍ର କମ୍ପୁଛି। ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଐଶାନ୍ୟ କୋଣରେ ସ୍ଥାପନ କରାଯାଇଥିବା ଯଜ୍ଞବେଦି ସହ ଚାରିଦ୍ୱାରକୁ ସୁନ୍ଦର ଭାବେ ସଜାଯାଇଛି। ସିଂହଦ୍ୱାର ଅର୍ଥାତ୍‌ ପୂର୍ବଦ୍ୱାରରେ ଋକ୍‌ ବେଦ, ଦକ୍ଷିଣ ଦ୍ୱାରରେ ଅଥର୍ବ ବେଦ, ପଶ୍ଚିମ ଦ୍ୱାରରେ ସାମ୍‌ ବେଦ ଓ ଉତ୍ତର ଦ୍ୱାରରେ ଯଜୁଃବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରିଦ୍ୱାର। ସୋମବାର ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ସହ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ କରାଯାଇଥିଲା। ତେବେ ଯଜ୍ଞ ହେବା ପୂର୍ବରୁ ଲୋକାର୍ପଣ ହେବାକୁ ଥିବା ଶିଳାକୁ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କରି ଚାରିପାଖରେ ଅଭିମନ୍ତ୍ରିତ ଜଳ ସିଞ୍ଚନ କରିଥିଲେ। ସକାଳେ ଅଖଣ୍ଡ ଦୀପ ସ୍ଥାପନ କରାଯାଇ ପଞ୍ଚକର୍ମ, ବ୍ରାହ୍ମଣ ବରଣ ସହ ମଣ୍ଡଳ ପୂଜନ ହୋଇଥିଲା। ପରେ ଅପରାହ୍ନରେ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ ଅନୁଷ୍ଠିତ ହୋଇଥିଲା। ମକର ସଂକ୍ରାନ୍ତି ଭଳି ଏକ ପବିତ୍ର ଦିବସରେ ମହାଯଜ୍ଞ ଆରମ୍ଭ ହୋଇଥିବାରୁ ଏହା ସମସ୍ତଙ୍କ ପାଇଁ ପରମ ସୌଭାଗ୍ୟର ବିଷୟ ବୋଲି ଆଚାର୍ଯ୍ୟ ବ୍ରାହ୍ମଣମାନେ କହିଛନ୍ତି। ପ୍ରଶାସନ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ପୌଷ ଶୁକ୍ଳ ସପ୍ତମୀ ତିଥିରେ ବୁଧବାର ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।
ପରିକ୍ରମା ପ୍ରକଳ୍ପ ଅପୂର୍ବ ଦିବ୍ୟ ଅନୁଭୂତି ପ୍ରଦାନ କରୁଛି। ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ୍‌ ସେଣ୍ଟର ଏବଂ ଶ୍ରୀମାର୍ଗ ପ୍ରସ୍ତୁତ ସରିଛି। କାର୍ଯ୍ୟକ୍ରମରେ ପ୍ରାୟ ୯ଶହ ଅତିଥି ଓ ସେବାୟତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅତିଥିମାନେ ପୁରୀରେ ପହଞ୍ଚତ୍ବାରେ ଲାଗିଛନ୍ତି। ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ସେହିପରି ଓବିସିସି ଅଧିକାରୀ ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି, ଶ୍ରୀସେତୁଠାରୁ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଓ ସେଠାରୁ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଯାତାୟାତ ପାଇଁ ବ୍ୟାଟେରିଚାଳିତ ବସ୍‌ ଏବଂ ଅଟୋ ଚଳାଚଳ ସୁବିଧା ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରରେ ସୁନ୍ଦର ବଗିଚା, ପ୍ରଶସ୍ତ ପ୍ରଦକ୍ଷିଣ ରାସ୍ତା, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା, ସୁନ୍ଦର କଳାକୃତି ପ୍ରଭୃତି ଭକ୍ତମାନଙ୍କୁ ଏକ ନୂଆ ଅନୁଭୂତି ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri