ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି ସେମାନଙ୍କ ନାଁ ନିକଟସ୍ଥ ସ୍କୁଲରେ ଲେଖା ରହିଛି। ଏମିତିକି ସରକାରୀ ସ୍କୁଲରୁ ବହି ପୋଷାକ ମଧ୍ୟ ପାଉଛନ୍ତି। ମାତ୍ର ସ୍କୁଲ ନ ଯାଇ ଭିକ୍ଷାବତ୍ତି କରିବା ସହ ସ୍ବର୍ଗଦ୍ୱାର ଶଶ୍ମାନରେ ହରିଶ୍ଚନ୍ଦ୍ର ସାଜି ଦିନମଜୁରୀ ବାବଦ ବେତନ ପାଇ ସିଗାରେଟ,ହାଣ୍ଡିଆ ଆଦି ସେବନ କରୁନ୍ତି। ସେମାନଙ୍କୁ ସୁପଥକୁ ଆଣିବା ପାଇଁ ଅଭିଭାବକ ତଥା ବିଭାଗୀୟ ପ୍ରଶାସନ ତରଫରୁ କୌଣସି ବିହିତ ପଦକ୍ଷେପ ଗ୍ରହଣ ହେଉ ନ ଥିବା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ ମହଲରେ ଅଭିଯୋଗ ହେଉଛି। ଅନ୍ୟପଟେ ନଦୀକୂଳିଆ ଅନୁନ୍ନତ ବର୍ଗ ଅଭିଭାବକ ମାନେ ସକାଳ ହେଲେ ନିଜ କୋମଳମତି ପିଲାଙ୍କ ହାତରେ ଭିକ୍ଷାଥାଳ ଧରାଇ ଦେଇ ମନ୍ଦିର ରାସ୍ତାରେ ଭିକ୍ଷାବୃତ୍ତି କରିବାକୁ କହୁଛନ୍ତି ଏବଂ ନିଜେ ମଧ୍ୟ ଭିକ୍ଷାବୃତ୍ତି କରୁଛନ୍ତି। ଗୋଟିଏ ପଟେ ରାଜ୍ୟ ଏବଂ କେନ୍ଦ୍ର ସରକାର ଦେଶରୁ ଭିକ୍ଷାବୃତ୍ତି ବନ୍ଦ କରିବା ନିମନ୍ତେ ଭିକାରୀ ମୁକ୍ତ ଦେଶ ଏବଂ ଭିକାରୀ ମୁକ୍ତ ସହର ଯୋଜନାରେ ଅନେକ ବାଳାଶ୍ରମ,ଅନେକ ପ୍ରତିଷ୍ଠାନ ସ୍ଥାପନ କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ସମସ୍ତ ଯୋଜନା ପ୍ରହସନ ହୋଇ ରହିଯାଉଛି। ରାଉରକେଲା ସହରରେ ୨୦୨୩ ଜାନୁୟାରୀ ୧ରୁ ଭିକାରୀମୁକ୍ତ ସହର ଯୋଜନା କାର୍ଯ୍ୟକାରୀ ହେଲା। ସହରର ରେଲଓ୍ବେ ଷ୍ଟେଶନ, ମନ୍ଦିର, ମସଜିଦିରୁ ଭିକ୍ଷାର୍ଥିଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟ ଗୃହ ଏବଂ କୋମଳମତୀ ଅନାଥ ପିଲାଙ୍କୁ ବାଳାଗୃହରେ ରଖାଗଲା। ଏଥିସହିତ କୈଣସି ସ୍ଥାନରେ କୋମଳମତୀ ଶିଶୁ ତଥା ୧୮ବର୍ଷରୁ କମ ବୟସ୍କ ପିଲା ସ୍କୁଲ ନ ଯାଇ ଶ୍ରମରେ ନିୟୋଜିତ ଥିଲେ କିମ୍ବା ଭିକ୍ଷାବୃତୀ କରୁଥିଲେ ପୋଲିସ ସହଯୋଗରେ ଥଇଥାନ କରିବା ନିର୍ଦ୍ଧାରିତ ହେଲା। ରାଉରକେଲା ଶ୍ରମ ବିଭାଗ ପକ୍ଷରୁ ସହରର ବିଭିନ୍ନ ହୋଟେଲ,ଢାବା, ଗ୍ରୋସରୀ ଆଦି ଦୋକାନରୁ ବାଳଶ୍ରମିକ ଉଦ୍ଧାର କରିବା ଆରମ୍ଭ ହେଲା। ମାତ୍ର ବେଦବ୍ୟାସ ଭିକାରୀମୁକ୍ତ ହେଲା ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବେଦବ୍ୟାସ ପୀଠରୁ ଭିକ୍ଷାବୃତ୍ତି କରୁଥିବା ମାତ୍ର ୧୫ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏନେଇ ଆର୍‌ଏମସି ଆୟୁକ୍ତ ଆଶୁତୋଷ କୁଳକର୍ଣ୍ଣୀଙ୍କୁ ପଚାରିବାରୁ, ତୁରନ୍ତ ବେଦବ୍ୟାସ ମନ୍ଦିର ପୀଠରୁ ଭିକ୍ଷାବୃତୀ କରୁଥିବା ଅନୁନ୍ନତ ବର୍ଗ ପିଲା ଓ ବୃଦ୍ଧା ବୃଦ୍ଧଙ୍କୁ ଉଦ୍ଧାର କରି ଥଇଥାନ କରାଯିବ ବୋଲି ସେ କହିଥିଲେ। ଗୁରୁକୂଳ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା କହିଛନ୍ତି, ଏଥିରେ ପ୍ରଶାସନ ଯେତିକି ଦାୟୀ ତା ଠାରୁ ଅଧିକ ପିଲାଙ୍କ ଅଭିଭାବକ ଦାୟୀ। ନିଜର ସୁଖ ପାଇଁ ପିଲାଙ୍କୁ ସ୍କୁଲ ପରିବର୍ତ୍ତେ ଭିକ୍ଷାବୃତୀ କରିବାକୁ କହୁଛନ୍ତି। ପୂର୍ବରୁ ୮୮ ଜଣ ପିଲାଙ୍କୁ ଜଗନ୍ନାଥ ସଂସ୍କୃତ ବିଦ୍ୟାଳୟ ଅଧୀନ ଗୁରୁକୂଳ ସଂସ୍କୃତ ବିଦ୍ୟାଳୟ ପୀଠରେ ସାମିଲ କଲୁ। ମାତ୍ର ଉଦ୍ଧାର ହୋଇଥିବା ପିଲାଙ୍କ ମଧ୍ୟରୁ ୪୦ ଭାଗ ପିଲା ପୁଣି ତାଙ୍କ ବୃର୍ତ୍ତିରେ ମାତିଗଲେ ବୋଲି ସେ କହିଛନ୍ତି। ଏନେଇ ବେଦବ୍ୟାସ ନଦୀକୂଳବର୍ତ୍ତୀ ରହୁଥିବା ସଚେତନ ଯୁବକ ସୋନୁ ଲାକ୍ରା କହିଛନ୍ତି, ୧୫ରୁ ଊର୍ଦ୍ଧ୍ୱ କୋମଳମତୀ ପିଲାମାନେ ଭିକ୍ଷା ମାଗୁଛନ୍ତି। ୬ରୁ ଊର୍ଦ୍ଧ୍ୱ ସ୍କୁଲ ପିଲା ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କାର୍ଯ୍ୟ ତୁଲାଉଛନ୍ତି। ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ସେମାନଙ୍କ ଭବଷ୍ୟତ ଉଜ୍ୱଳ ହେବ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?