Categories: ଜାତୀୟ

ଭିକ ମାଗିଲେ ଜେଲ୍‌

ନାଗପୁର,୯।୩: ଜି-୨୦ ଶିଖର ବୈଠକ ପୂର୍ବରୁ ମହାରାଷ୍ଟ୍ରର ନାଗପୁର ସହରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟି ପୋଲିସ ମୁଖ୍ୟ ଅମିତେଶ କୁମାର ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ସେ ଧାରା ୧୪୪ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ବ୍ୟକ୍ତି କିମ୍ବା ଗୋଷ୍ଠୀ ଭିକ ମାଗିବା କିମ୍ବା ଯାତ୍ରୀମାନଙ୍କୁ ଟଙ୍କା ଦେବାକୁ ବାଧ୍ୟ କରିବା ଉପରେ ରୋକ ଲଗାଯାଇଛି। ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଭିକ ମାଗୁଥିବାର ଦେଖାଯାଏ, ତେବେ ତାଙ୍କୁ ୧ ରୁ ୬ ମାସ ପର୍ଯ୍ୟନ୍ତ ଜେଲ ପଠାଯାଇପାରେ।
ଏହି ନିୟମ ୩୦ ଏପ୍ରିଲ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ। ଜି-୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅମିତେଶ କୁମାର କହିଛନ୍ତି। ଭିକାରୀମାନେ ଯାତାୟାତର ସୁଗମ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଅନେକ ଭିକାରୀ ଲୋକଙ୍କୁ ଟଙ୍କା ଦେବାକୁ ବାଧ୍ୟ କରୁଥିବା ପୋଲିସ ମୁଖପାତ୍ର ଦର୍ଶାଇଛନ୍ତି।

Share