Categories: ଜାତୀୟ

ରାମ ମନ୍ଦିର ନିର୍ମାଣ ପାଇଁ ଭିକାରିମାନେ ଦେଲେ ୨୪୨୫ଟଙ୍କା

ରାମଗଡ଼,୫ ।୨: ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ପ୍ରଭୁ ରାମଙ୍କ ମନ୍ଦିର ଲାଗି ବିଭିନ୍ନ ବ୍ୟକ୍ତି ବିଶେଷ ସଙ୍ଗଠନ ଆଦି ଚାନ୍ଦା ଦେବାରେ ଲାଗିଛନ୍ତି । ହେଲେ ଝାଡ଼ଖଣ୍ଡର କେତେଜଣ ଭିକାରି ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରାମଗଡ଼ ଜିଲା ମୁଖ୍ୟାଳୟ ସ୍ଥିତ ଲେପ୍ରୋସି କଲୋନୀର କେତେଜଣ ଭିକାରି ପରସ୍ପର ମଧ୍ୟରେ ଚାନ୍ଦା ଆଦାୟ କରି ୨୪୨୫ ଟଙ୍କା ଏକାଠି କରି ରାମ ମନ୍ଦିର ନିର୍ମାଣ ପାଇଁ ଏହାକୁ ଦାନ କରିଥିବା ଜଣାପଡିଛି । ସେହିପରି ଜଣେ ମୁସଲମାନ ଯୁବକ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।

Share