ଭିକ୍ଷା ମାଗି ଲକ୍ଷେ ଦାନ

ଖୋର୍ଦ୍ଧା ଅଫିସ,୧୯। ୭: ଖୋର୍ଦ୍ଧା ଜିଲା ବାଘମାରିସ୍ଥିତ ହଟକେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ରୁହନ୍ତି ଗଞ୍ଜାମ ଜିଲାର ରଘୁ ରାଉତ। ବୟସ ୭୦ ଟପିଲାଣି। ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ସେ ଆଶା ହରାଇ ନାହାନ୍ତି। ଜୀବନ ଯୁଦ୍ଧରେ ଯୋଦ୍ଧାଟିଏ ସାଜି ଜାରି ରଖିଛନ୍ତି ସଂଘର୍ଷ। ଭିକ୍ଷା ମାଗି ରଘୁ ଶନି ମନ୍ଦିର ତୋଳିବା ପାଇଁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଯାହାକୁ ନେଇ ବାଘମାରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୃଢ ଇଚ୍ଛା ଶକ୍ତି ଆଗରେ ବୟସ ଓ ଅକ୍ଷମତା କିଭଳି ତୁଚ୍ଛ ହୋଇଯାଏ ତାହାର ଉଦାହରଣ ସାଜିଛନ୍ତି।

ସୂଚନାଥାଉ କି, ଗଞ୍ଜାମ ଜିଲାରେ ରଘୁଙ୍କ ଘର ହୋଇଥିବା ବେଳେ ପିଲାବେଳୁ ଦୃଷ୍ଟିହୀନର ଶିକାର ହୋଇ ପରିବାର ଦ୍ୱାରା ଲାଞ୍ଛିତ ହୋଇ ଗଁାରୁ ପଳାଇ ଆସିଥିଲେ। ପ୍ରାୟ ୧୦ବର୍ଷ ହେବ ସେ ହଟକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରହୁଛନ୍ତି। ଦୃଷ୍ଟିବାଧିତ ହୋଇଥିବାରୁ ସେ ଦିନରେ ବୁଲିବୁଲି ଭିକ୍ଷା କରିବା ପରେ ସନ୍ଧ୍ୟା ହେଲେ ମହାଦେବଙ୍କ ମନ୍ଦିର ନିକଟରେ ବିଶ୍ରାମ ନେଇଥାନ୍ତି। ଏକଦା ମନ୍ଦିର ନିକଟରେ ବିଶ୍ରାମ ନେବା ସମୟରେ ଶନି ମନ୍ଦିର ତୋଳିବା ନେଇ ତାଙ୍କ ମନରେ ଆସିଥିଲା। ଏହା ପରେ ଭିକ୍ଷାବୃତ୍ତିରୁ ମିଳୁଥିବା ଅର୍ଥ ସଞ୍ଚୟ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଶନି ମନ୍ଦିର ନିର୍ମାଣ ଆରମ୍ଭ କରିଛନ୍ତି। ରଘୁ ପ୍ରଥମ ପର୍ଯ୍ୟାୟରେ ୫୦ହଜାର, ପରବର୍ତ୍ତୀ ସମୟରେ ୫୦ହଜାର ଟଙ୍କା ମନ୍ଦିର ନିର୍ମାଣ ଲାଗି ଦାନ କରିଛନ୍ତି। କରୋନା କଟକଣା ପାଇଁ ଗତ ୪ମାସ ହେବ ଭିକ୍ଷାବୃତ୍ତି ବନ୍ଦ ରହିଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ମହାଦେବଙ୍କୁ ସ୍ମରଣ କରି ତାଙ୍କର ଦିନ କଟିଯାଉଛି। ମହାଦେବ ଓ ଶନିଦେବଙ୍କ କୃପାରୁ ମନ୍ଦିର କାର୍ଯ୍ୟ ସମ୍ପର୍ଣ୍ଣ ହେବ। ମହାପ୍ରଭୁଙ୍କୁ ସମର୍ପଣ ଭାବ ନେଇ ଭକ୍ତି କଲେ ସଫଳତା ନିଶ୍ଚିତ ମିଳିବ ବୋଲି ରଘୁ କହିଛନ୍ତି। ଏ ସମ୍ପର୍କରେ ହଟକେଶ୍ୱର ମନ୍ଦିର ଟ୍ରଷ୍ଟି ଅକ୍ରୁର ରଣା କହିଛନ୍ତି, ରଘୁଙ୍କ କାର୍ଯ୍ୟ ପ୍ରଶଂସନୀୟ, ସେ ଅନ୍ୟମାନଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି। ଋଷି ପ୍ରତିମ ପରି ମଣିଷଟିଏ। କେହି ଭିକ୍ଷା ଦେଉ କି ନ ଦେଉ, କାହା ପ୍ରତି ତାଙ୍କ ମନରେ କୌଣସି ଦ୍ୱେଷ ନାହିଁ। ଏ ବୟସରେ ମଧ୍ୟ ଈକକଶ୍ୱରଙ୍କ ପ୍ରତି ତାଙ୍କ ନିଷ୍ଠା, ସମର୍ପଣ ଭାବ ଦେଖିଲେ ଗର୍ବ ଅନୁଭବ ହୁଏ। ତାଙ୍କୁ ଯେତେ ପ୍ରଂଶସା କଲେ ମଧ୍ୟ କମ୍‌ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri