Categories: ଖେଳ

କୌଣସି ବି ପରିସ୍ଥିତିରେ ମୁଁ ଦଳକୁ ଜିତାଇବାକୁ ଚାହେଁ: କୋହଲି

ଦୁବାଇ,୨୭।୮: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଏସିଆ କପ୍‌ ମୁକାବିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ହେଲେ ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ଉପରେ ରହିଛି। ଦୀର୍ଘଦିନରୁ ବିରାଟ କୋହଲି ଫର୍ମରେ ନ ଥିବା ବେଳେ ଏବେ କିନ୍ତୁ ସମ୍ପୂର୍ଣ୍ଣ ବିଶ୍ୱାସ ସହ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି।

ବିସିସିଆଇ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ବିରାଟ କହିଛନ୍ତି, ମୁଁ ଜଣେ ଏଭଳି ମଣିଷ ଯିଏ ସକାଳୁ ଉଠି ଦେଖେ ଆଜିର ଦିନ ମୋ ପାଇଁ କ’ଣ ନେଇ ଆସିଛି। ଦିନସାରା ଯାହାବି କରେ ଖୁସି ଏବଂ ସମର୍ପଣ ଭାବ ସହ କରେ। ମୁଁ ସବୁବେଳେ ହିଁ ଏମିତି। ଲୋକେ ମୋତେ ପ୍ରଶ୍ନ କରନ୍ତି ଯେ ମଇଦାନରେ ଏତେ ଆକ୍ରମଣତା ଏବଂ ଶକ୍ତି କେଉଁଠୁ ଆଣିଥାଏ। ତାଙ୍କୁ ଏତିକି କହିବୁ ମୁଁ କ୍ରିକେଟକୁ ବହୁତ ଭଲ ପାଏ। ଖେଳିବାବେଳେ ମୁଁ ଏହାକୁ ଉପଭୋଗ କରିଥାଏ। ପ୍ରତିଟି ବଲ୍‌କୁ ମୁଁ ଖେଳିବାକୁ ଚାହେଁ। ଏଥିପାଇଁ ମଇଦାନରେ ଶକ୍ତି ଖର୍ଚ୍ଚ କରିବାକୁ ଚାହେଁ। ମୋ ପାଇଁ ଏସବୁ ସାମାନ୍ୟ। ମୁଁ ଦଳକୁ କୌଣସି ବି ପରିସ୍ଥିତିରେ ଜିତାଇବାକୁ ଚାହେଁ ବୋଲି ସେ କହିଛନ୍ତି।

Share