ବିବାହ ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସୈଫ୍‌, କରିନା କହିଥିଲେ ଏମିତି…

ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ଏବଂ କରିନା କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। କରିନା ଖୁବ ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ସୈଫ୍‌ ଏବଂ କରିନା ଅଭିନୟ ବ୍ୟତିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି।
ଅକ୍ଟୋବର ୧୬, ୨୦୧୨ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ କରିନାଙ୍କୁ ବିବାହ କରିବା ପୂର୍ବରୁ ସୈଫ ତାଙ୍କର ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କୁ ଏକ ଚିଠି ଲେଖିଥିଲେ। ସୈଫ କରନ୍‌ ଜୋହରଙ୍କ ଲୋକପ୍ରିୟ ଚାଟ୍‌ ଶୋ କଫି ଉଇଥ୍‌ କରନ୍‌ରେ ଏହା ପ୍ରକାଶ କରିଥିଲେ। ଯେତେବେଳେ ସେ ତାଙ୍କ ପୂର୍ବତନ ସ୍ତ୍ରୀ ଅମୃତାଙ୍କୁ ଏକ ଚିଠି ଲେଖିବାର ନିଷ୍ପତ୍ତି ନେଇଥିଲେ। ଚିଠିରେ ସେ କରିନାଙ୍କ ବିଷୟରେ କଥା ହୋଇଥିଲେ। ଅମୃତା ତାହା ପଢ଼ି ସକରାତ୍ମକ ପ୍ରତିକ୍ରିୟା ଦେଇଥିଲେ। ତାଙ୍କୁ କରିନାଙ୍କ ସହ ବିବାହ କରିବାରେ ମଧ୍ୟ ସାହାଯ୍ୟ କରିଥିଲେ।

Share