Posted inଜାତୀୟ

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନଗଣନା ଆଶା କମ, ପାଣିଠାରୁ ନେଇ ଲ୍ୟାପଟପ ପର୍ଯ୍ୟନ୍ତ ପଚରାଯିବ ୩୧ ପ୍ରଶ୍ନ…

ନୂଆଦିଲ୍ଲୀ,୨୮।୫ : କରୋନା ମହାମାରୀ କାରଣରୁ ସ୍ଥଗିତ ଜନଗଣନା ପ୍ରକ୍ରିୟା ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହେବାର ଆଶା କମ ରହିଛି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜନଗଣନା ଏପ୍ରିଲ-ମେ ୨୦୨୪ ରେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ହେବାର ସମ୍ଭାବନା ନାହିଁ ବୋଲି ସେମାନେ କହିଛନ୍ତି। ତଥାପି, ଜନଗଣନା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହା ସାମ୍ନାକୁ ଆସିଛି ଯେତେବେଳେ ଏହି ପ୍ରକ୍ରିୟା ଆରମ୍ଭ ହେବ, ସେତେବେଳେ କିଛି ନୂତନ ପ୍ରକାରର ପ୍ରଶ୍ନ ଲୋକଙ୍କୁ ପଚରାଯାଇପାରେ ।

ଜନଗଣନାରେ ଗୃହ ତାଲିକା ପର୍ଯ୍ୟାୟ ଏବଂ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) କୁ ଅପଡେଟ କରିବାର ଅଭ୍ୟାସ ୨୦୨୦ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସାରା ଦେଶରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ସେହି ସମୟ ମଧ୍ୟରେ କରୋନା ମହାମାରୀ ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଜନଗଣନା ପାଇଁ କୌଣସି ବିଜ୍ଞପ୍ତି ଜାରି କରିନାହାଁନ୍ତି।

ଜନଗଣନା କରିବା ପାଇଁ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ତାଲିମ ଦେବାକୁ ପଡିବ। ଅଧିକାରୀମାନେ କହିଛନ୍ତି ଯେତେବେଳେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବେ ସେତେବେଳେ ପ୍ରାୟ ୩୦ ଲକ୍ଷ ସରକାରୀ କର୍ମଚାରୀ ଏଥିରେ ନିୟୋଜିତ ହେବେ। ଏଭଳି ପରିସ୍ଥିତିରେ ସରକାରୀ କର୍ମଚାରୀ / ଶିକ୍ଷକଙ୍କୁ ଦୁଇରୁ ତିନି ମାସ ତାଲିମ ଦେବାକୁ ପଡିବ। ଜନଗଣନା ପାଇଁ ଏହି କର୍ମଚାରୀମାନଙ୍କୁ ଗଣନାକାରୀ ଭାବରେ ନିଯୁକ୍ତ କରାଯିବ ।

ଏଥି ସହିତ ପରବର୍ତ୍ତୀ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଯେଉଁଥି ପାଇଁ ନିର୍ବାଚନ ଆୟୋଗ ଶୀଘ୍ର ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିବେ। ଅଧିକାରୀମାନେ କହିଛନ୍ତି ଯଦିଓ ଜନଗଣନା ସମ୍ପର୍କରେ ସରକାର ୩୦ ଜୁନ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରନ୍ତି, ତେବେ ଅକ୍ଟୋବରରୁ ଜନଗଣନା ପାଇଁ ସରକାରୀ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ବହୁତ କମ ସମୟ ଅଛି। ଏଭଳି ପରିସ୍ଥିତିରେ ପ୍ରାଥମିକତାକୁ ପରିବର୍ତ୍ତନ କରାଯାଇପାରିବ, ତେଣୁ ଜନଗଣନା କାର୍ଯ୍ୟ ଲୋକସଭା ନିର୍ବାଚନ ପରେ ହିଁ ହେବାର ସମ୍ଭାବନା ରହିଛି।

ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ଅନୁଯାୟୀ, ନାଗରିକମାନଙ୍କୁ ପଚରାଯିବାକୁ ଥିବା ୩୧ ଟି ପ୍ରଶ୍ନ ସ୍ଥିର ହୋଇଛି। ଏହି ପ୍ରଶ୍ନଗୁଡ଼ିକରେ ଘରର ଟେଲିଫୋନ ଲାଇନ, ଇଣ୍ଟରନେଟ ସଂଯୋଗ, ଲ୍ୟାପଟପ, ମୋବାଇଲ କିମ୍ବା ସ୍ମାର୍ଟଫୋନ ଅଛି କି ନାହିଁ, ସାଇକେଲ, ସ୍କୁଟର କିମ୍ବା ମୋଟରସାଇକେଲ କିମ୍ବା ମୋପେଡ ଅଛି କି, ପାଖରେ କାର, ଜିପ କିମ୍ବା ଭ୍ୟାନ ଅଛି କି, ଏହା ସହିତ ନାଗରିକମାନଙ୍କୁ ମଧ୍ୟ ପଚରାଯିବ ସେମାନେ ଘରେ କେଉଁ ଶସ୍ୟ ଖାଉଛନ୍ତି? ପାନୀୟ ଜଳ ଏବଂ ଆଲୋକର ସେମାନଙ୍କର ମୁଖ୍ୟ ଉତ୍ସ କ’ଣ? ଶୌଚାଳୟ, ସ୍ନାନ ସୁବିଧା ଉପଲବ୍ଧତା, ରୋଷେଇ ଘରର ଉପଲବ୍ଧତା ଏବଂ ଏଲପିଜି କିମ୍ବା ପିଏନଜି ସଂଯୋଗ, ରୋଷେଇ ପାଇଁ ବ୍ୟବହୃତ ମୁଖ୍ୟ ଇନ୍ଧନ, ରେଡିଓ, ଟ୍ରାନଜିଷ୍ଟର, ଟେଲିଭିଜନ ଇତ୍ୟାଦି ଉପଲବ୍ଧ ଅଛି କି ନାହିଁ ଆଦି ପ୍ରଶ୍ନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri