Categories: ଖେଳ

ନିଷ୍ପତ୍ତି ପଛର କାରଣ କହିଲେ ଗାଙ୍ଗୁଲି

ଦୁବାଇ,୯।୧୨: ବିରାଟ କୋହଲିଙ୍କୁ ହଟାଇ ବୁଧବାର ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାର ଦିଆଯାଇଥିଲା। କିନ୍ତୁ ପ୍ରକାଶ କରାଯାଇ ନ ଥିଲା ଏତେ ବଡ଼ ପରିବର୍ତ୍ତନ ପଛର କାରଣ। ଏହା ଉପରେ ପ୍ରଥମ ଥର ପାଇଁ ଗୁରୁବାର ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।

“ଉଭୟ ବିସିସିଆଇ ଓ ଚୟନକର୍ତ୍ତା ନେତୃତ୍ୱରେ ପରିବର୍ତ୍ତନ ଲାଗି ନିଷ୍ପତ୍ତି ନେଇଛନ୍ତି। ସତ କଥା ହେଲା, ଟି୨୦ ଦଳର ଅଧିନାୟକ ପଦ ନ ଛାଡ଼ିବା ପାଇଁ ବିସିସିଆଇ କୋହଲିଙ୍କୁ ଅନୁରୋଧ କରିଥିଲା। କିନ୍ତୁ ସେ ରାଜି ହେଲେ ନାହିଁ। ଏଣୁ ଚୟନକର୍ତ୍ତାଙ୍କୁ ସୀମିତ ଓଭର କ୍ରିକେଟ ପାଇଁ ଦୁଇଟି ଭିନ୍ନ ଭିନ୍ନ ଅଧିନାୟକ ରଖିବା ଉଚିତ ଲାଗି ନ ଥିଲା। ଏଣୁ କୋହଲି ଟେଷ୍ଟ ଦଳର ଅଧିନାୟକ ଭାବେ ଖେଳ ଜାରି ରଖିବେ ଏବଂ ରୋହିତଙ୍କୁ ଉଭୟ ଦିନିକିଆ ଓ ଟି୨୦ ଦଳର ନେତୃତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲୁ। ବିସିସିଆଇ ସଭାପତି ଭାବେ ମୁଁ ଓ ଚୟନ କମିଟି ମୁଖ୍ୟ କୋହଲିଙ୍କ ସହ କଥା ହୋଇଥିଲି। ” ବୋଲି ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ କହିଛନ୍ତି।

Share