Odisha Elections 2024
Posted inଖେଳ

ସ୍ବାମୀଙ୍କ ପ୍ରଶଂସା କରିବା ପୂର୍ବରୁ ବିପକ୍ଷଙ୍କ ଅଧିନାୟକଙ୍କ ପାଇଁ ଏମିତି କହିଲେ ଧୋନୀଙ୍କ ସ୍ତ୍ରୀ: ସମସ୍ତେ କରୁଛନ୍ତି ବାଃ ବାଃ

ବିଶାଖାପାଟନମ,୧।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୬ଟି ବଲରେ ଏମଏସ ଧୋନୀ ୩୭ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୪ଟି ଚୌକା ଓ ୩ ଛକା ସାମିଲ ଥିଲା। ଧୋନୀଙ୍କ ଏହି ଇନିଂସ ଚେନ୍ନାଇ ପାଇଁ ମ୍ୟାଚ ଜିତି ପାରି ନ ଥିଲା, କିନ୍ତୁ ଏହା ନିଶ୍ଚିତ ଭାବରେ ପ୍ରଶଂସକଙ୍କ ହୃଦୟ ଜିତିଥିଲା। ଧୋନୀ ପ୍ରଥମ ଥର ପାଇଁ ଆଇପିଏଲ ୨୦୨୪ରେ ବ୍ୟାଟିଂ ଦେଖି ବହୁତ ଖୁସି ମନେ ହେଉଥିଲେ। ଧୋନୀଙ୍କ ବ୍ୟାଟିଂ ପ୍ରତି ଆଗ୍ରହ କେବଳ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନୁହେଁ, ତାଙ୍କ ସ୍ତ୍ରୀ ସାକ୍ଷୀଙ୍କୁ ମଧ୍ୟ ଖୁସି କରିଥିଲା।
ଧୋନୀଙ୍କ ଚମତ୍କାର ବ୍ୟାଟିଂ ଦେଖିବା ପରେ ସାକ୍ଷୀ ସୋସିଆଲ ମିଡିଆ ମାଧ୍ୟମରେ ଏକ ଆକର୍ଷଣୀୟ ପ୍ରତିକ୍ରିୟା ଦେଇଥିଲେ। ମ୍ୟାଚ ପରେ ସାକ୍ଷୀ ଏକ ଇନଷ୍ଟାଗ୍ରାମର ଷ୍ଟାଟସ ଶେୟାର କରିଛନ୍ତି, ଯେଉଁଥିରେ ସେ ଧୋନୀଙ୍କ ‘ଷ୍ଟ୍ରାଇକର ଅଫ ଦି ମ୍ୟାଚ’ ପୁରସ୍କାର ଗ୍ରହଣ କରୁଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋ ଉପରେ ସେ ଲେଖିଛନ୍ତି, ଜଣାପଡି ନ ଥିଲା ଯେ ଆମେ ମ୍ୟାଚ ହାରିଛୁ। ଏହା ବ୍ୟତୀତ ସାକ୍ଷୀ ମଧ୍ୟ ଏହି ଷ୍ଟାଟସ ମାଧ୍ୟମରେ ରିଷଭ ପନ୍ତଙ୍କ ସ୍ବାଗତ କରିଥିଲେ। ସେ ଅନ୍ୟ ପଟେ ପନ୍ତଙ୍କ ପାଇଁ ଲେଖିଛନ୍ତି, ସର୍ବପ୍ରଥମେ ରିଷଭ ପନ୍ତଙ୍କୁ ସ୍ବାଗତ କରୁଛି। ସାକ୍ଷୀ ସିଂଙ୍କ ଏହି ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି। ସାକ୍ଷୀଙ୍କ ଏହି ମନ୍ତବ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

ଅଭ୍ୟାସ ମ୍ୟାଚ୍‌ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍‌ ରେସ୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍‌ କେବଳ ଔପଚାରିକତା...

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି...

କୋହଲିଙ୍କ ପାଇଁ ଏମିତି କହିଦେଲେ ବିଶ୍ୱର ସବୁଠୁ ଦ୍ରୁତତମ ଧାବକ

ନୂଆଦିଲ୍ଲୀ,୧୬।୫: ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବ। ଏଥି ସହିତ ବିଶ୍ୱ ପ୍ରସିଦ୍ଧ...

ଚାହିଁଲେ ବି ପୁଣି ଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍‌ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍‌ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌...

ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିବେ ଧାଓ୍ବନ୍‌, କଲେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ୍‌ ଆସନ୍ତା ୨୦ରେ ନୂଆ ଚାଟ୍‌ ଶୋ’ ସହ ହୋଷ୍ଟ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri