ମୋଦିଙ୍କ ଗସ୍ତ ପୂର୍ବରୁ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସମ୍ପାଦକଙ୍କୁ ଘରୁ ଉଠାଇନେଲା ପୋଲିସ

ଯାଜପୁର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସମ୍ପାଦକ ନିମାଇଁ ରାୟଙ୍କୁ ପୋଲିସ ଉଠାଇ ନେଇଛି। ତାଙ୍କ ବରୀ ବାସଭବନରୁ ପୋଲିସ ତାଙ୍କୁ ଉଠାଇ ନେଇଛି । ସେ ବିଭିନ୍ନ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରି ଆସୁଥିବା କାରଣରୁ ତାଙ୍କୁ ପୋଲିସ ଉଠାଇନେଇଥିବା କୁହାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୨ଟା ୪୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ ମିନିଟ୍‌ରେ ଲୋକାର୍ପଣ ଓ ଶିଳାନ୍ୟାସ ଆଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ୩ଟା ୩୦ ମିନିଟ୍‌ରେ ପାଖ ପଡ଼ିଆରେ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି’ ବିଶାଳ ସଭାରେ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ।