Posted inରାଜ୍ୟ

ମୃତ୍ୟୁ ପୂର୍ବରୁ ସୌମ୍ୟାଶ୍ରୀ କହିଥିଲେ ତାଙ୍କ ଶେଷ କଥା, ଶୁଣିଲେ ଲୁହ ଆସିଯିବ…

ଭୁବନେଶ୍ୱର,୧୮।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବାବେଳେ ଅନ୍ୟପଟେ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ଶେଷ କଥା କ’ଣ କହିଛନ୍ତି। ଏନେଇ ସୌମ୍ୟାଶ୍ରୀଙ୍କ ଅତି ଘନିଷ୍ଠ ବନ୍ଧୁ ପ୍ରକାଶ କରିଛନ୍ତି। ସୂଚନାନୁଯାୟୀ, ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ପ୍ରିନ୍ସପାଲଙ୍କ ଚାମ୍ବରକୁ ଯିବାକୁ ଚେଷ୍ଟା କରୁଥିଲେ, ତାହା ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ କଲେଜର ମଞ୍ଚ ପାଖକୁ ଯାଇଥିଲେ, ଆଉ ସେଇଠି ହିଁ ଅର୍ଦ୍ଧଧଗ୍ଧ ଅବସ୍ଥାରେ ପଡିଥିଲେ। ଘନିଷ୍ଠ ବନ୍ଧୁଙ୍କ କହିବାନୁସାରେ, ମୁଁ ସୌମ୍ୟାଶ୍ରୀଙ୍କ କଲେଜରେ ପଢୁନଥିଲି। ମୁଁ ଅନ୍ୟ ଏକ କଲେଜରେ ପଢେ। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା କଥା ଶୁଣି ମୁଁ ସ୍କୁଟି ଯୋଗେ କଲେଜରେ ପହଞ୍ଚିଥିଲି। ପହଞ୍ଚିଲା ପରେ ଦେଖିଲି ସୌମ୍ୟାଶ୍ରୀ ତଳେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ କିଛି ସାହାଯ୍ୟ କରୁନଥିଲେ। ଉପରେ ଗୋଟେ ଓଢଣୀ ପଡିଥିଲା। କିଛି ସମୟ ପରେ ସୌମ୍ୟାଶୀ କହିଥିଲେ ମୋତେ ଟିକେ ପାଣି ଦରକାର। ତାଙ୍କର ଜଣେ ବଡ଼ ଭାଇ ପାଣି ଆଣିକି ଦେଇଥିଲେ, ପିଇବା ପରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ସୌମ୍ୟାଶ୍ରୀ ଚିତ୍କାର କରୁଥିଲେ, କହୁଥିଲେ ମୋତେ ବହୁତ କଷ୍ଟ ହେଉଛି, ମୁଁ ଠିକ୍‌ ହୋଇଯିବି ତ! ହେଲେ କିଛି ସମୟ ପରେ ତାଙ୍କର ଚିତ୍କାର ଶୁଭୁନଥିଲା। ବୋଧ ହୁଏ ସୌମ୍ୟାଶ୍ରୀଙ୍କ ଚେତା ପଳାଇଥିଲା।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଘଟଣାର ସତ୍ୟାସତ୍ୟ କିଭଳି ଖୁବ୍ଶୀଘ୍ର ଲୋକଲୋଚନକୁ ଆସିବ, ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏହି ମାମଲା(ସହଦେବଖୁଣ୍ଟା ଥାନାରେ ମାମଲା ନଂ. ୨୨୯/୨୫)ର ତଦନ୍ତ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ତଦନ୍ତ ଭାର ଦାୟିତ୍ୱ ଡିଏସ୍ପି ଇମାନ କଲ୍ୟାଣ ନାୟକ ଓ ମାମଲାର ଆଇଓ ଭାବେ ଇନ୍ସପେକ୍ଟର ପାଞ୍ଚାଲି ରାଉତ ସହାୟତା କରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ତଦନୁଯାୟୀ ଏହି ଟିମ ଗୁରୁବାର କଲେଜରେ ପହଞ୍ଚତ୍ ସମସ୍ତ ଘଟଣାର ଅନୁଧ୍ୟାନ କରିଥିଲେ। ଗ୍ରାଉଣ୍ଡରୁ ସମସ୍ତ ତଥ୍ୟ ସଂଗ୍ରହ ନିମନ୍ତେ ତଦନ୍ତ ତ୍ୱରାନ୍ବିତ କରିଥିଲେ। ଛାତ୍ରୀଙ୍କ ଆତ୍ମାହୁତି ଘଟଣାର ସମସ୍ତ ଦିଗକୁ ନେଇ ଆଇସିସିର ସଦସ୍ୟ ଓ କଲେଜ ଷ୍ଟାଫ୍‌ଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଦୀର୍ଘ ୩ଘଣ୍ଟା ଧରି ପଚରାଉଚରା ଓ ରିପୋର୍ଟ ସଂଗ୍ରହ ପରେ ଆଇଜି ଏସ ସାଇନି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ, ଠିକ ଏବଂ ଯୋଜନାବଦ୍ଧ ଭାବେ ତଦନ୍ତ ଜାରି ରହିଛି। କୌଣସି ନିଷ୍କର୍ଷରେ ପହଞ୍ଚତ୍ବା ପୂର୍ବରୁ ସୂଚନା ଦେବା ସମ୍ଭବ ନୁହେଁ। ପରବର୍ତ୍ତୀ ସମୟରେ ଏ ବାବଦରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri