Categories: ଖେଳ

ଆଣ୍ଡରସନଙ୍କ ସହ ମୁକାବିଲା ଉପରେ କହି ହୃଦୟ ଜିତିଲେ ବୁମ୍‌ରା

ନୂଆଦିଲ୍ଲୀ,୭।୨: ବିଶାଖାପାଟନମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜସପ୍ରୀତ ବୁମ୍‌ରା ଚମତ୍କାର ପ୍ରଦର୍ଶନ କରି ମୋଟ ୯ଟି ଉଇକେଟ୍‌ ନେଇଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବୁମରାଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଆଖ୍ୟା ଦିଆଯାଇଥିଲା। ମ୍ୟାଚ ପରେ ବୁମ୍‌ରାଙ୍କୁ ସାଥୀ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନଙ୍କ ସହ ମ୍ୟାଚ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ଯାହାକୁ ନେଇ ସେ ବହୁତ ଭଲ ଉତ୍ତର ଦେଇଥିଲେ।

ଆଣ୍ଡରସନ ବର୍ତ୍ତମାନ କ୍ରିକେଟ ଦୁନିଆର ଜଣେ ମହାନ ବୋଲର ଅଟନ୍ତି। ୪୧ ବର୍ଷୀୟ ଆଣ୍ଡରସନ ଟେଷ୍ଟ କ୍ରିକେଟରେ ୭୦୦ ଉଇକେଟ୍‌ ନେବାକୁ ବହୁତ ନିକଟତର। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ସେ ୫ ଉଇକେଟ୍‌ ନେଇଛନ୍ତି। ଯେତେବେଳେ ବୁମ୍‌ରାଙ୍କୁ ଆଣ୍ଡରସନଙ୍କ ସହ ମୁକାବିଲାକୁ ନେଇ ପଚରାଗଲା, ସେ ଉତ୍ତର ଦେଲେ, ନା, ପ୍ରକୃତରେ ନୁହେଁ। କ୍ରିକେଟର ହେବା ପୂର୍ବରୁ ମୁଁ ଦ୍ରୁତ ବୋଲିଂର ପ୍ରଶଂସକ ଅଟେ। ଯଦି କେହି ଭଲ ପ୍ରଦର୍ଶନ କରୁଛନ୍ତି, ତେବେ ତାଙ୍କୁ ଅଭିନନ୍ଦନ ଜଣାଇବା ଉଚିତ୍‌। ଏହା ବ୍ୟତୀତ ବୁମ୍‌ରା ତାଙ୍କର ଉଜ୍ଜ୍ୱଳ ୟର୍କର ବିଷୟରେ କହିଥିଲେ, ଯାହା ସେ ଇଂଲଣ୍ଡର ପ୍ରଥମ ଇନିଂସରେ ଓଲି ପୋପଙ୍କ ଉଇକେଟ୍‌ ନେଇଥିଲେ।

Share