ଭାରତ ଆସିବା ପୂର୍ବରୁ ବାଇଡେନ କହିଲେ ଏମିତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୯: ଭାରତ ୯ ଏବଂ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଜି -୨୦ ସମ୍ମିଳନୀରେ ଭାରତ ଏହାର ପରିଦର୍ଶକ ଅତିଥିମାନଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ।

ଏଥିସହିତ ହ୍ବାଇଟ୍‌ ହାଉସ୍‌ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନୂଆଦିଲ୍ଲୀ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଭାଗ ନେବାକୁ କହିଛନ୍ତି ଯେ,  ଜି-୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଆମେ ଭାରତ ସାଥୀରେ ଅଛୁ।

ବାଇଡେନ ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚି ଜି-୨୦ ନେତାଙ୍କ ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାର ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ, ଶନିବାର ଏବଂ ରବିବାର ଜି-୨୦ ଶିଖର ସମ୍ମିଳନୀର ସରକାରୀ ଅଧିବେଶନରେ ଯୋଗଦେବେ।

Share