Categories: ଜାତୀୟ

ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟ୍‌କା

କୋଲକାତା,୧୨ ।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ଲାଗିଛି ଆଉ ଏକ ଧକ୍କା । ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ତଥା ଏମ୍‌ପି ଦିନେଶ ତ୍ରିବେଦୀ ରାଜ୍ୟ ସଭାରୁ ଅଚାନକ ଇସ୍ତାଫା ଦେଇଛନ୍ତି । ଗୃହକାର୍ଯ୍ୟ ଚାଲିଥିବା ସମୟରେ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହାସହ ସେ କହିଛନ୍ତି ଦଳରେ ମୁଁ ଅଣନିଶ୍ୱାସି ବୋଧ କରୁଛି ସେଥିପାଇଁ ମୁଁ ରାଜ୍ୟ ସଭାରୁ ଇସ୍ତାଫା ଦେଉଛି । ସୂଚନାଯୋଗ୍ୟ, ଦିନେଶ ତ୍ରିବେଦୀ ଟିଏମ୍‌ସିର ଜଣେ ବଡ ହିନ୍ଦୀ ଭାଷି ଚେହେରା ଭାବେ ପରିଚିତ ଥିଲେ । ଗତବର୍ଷ ହିଁ ତ୍ରୁଣମୂଳ ପକ୍ଷରୁ ତାଙ୍କୁ ରାଜ୍ୟ ସଭାକୁ ପଠାଯାଇଥିଲା । ହେଲେ ଗୋଟିଏ ବର୍ଷ ପୂରଣ ନ ହେଉଣୁ ସେ ଏଠାରୁ ବିଦାୟ ନେଇଛନ୍ତି । ୨୦୧୨ରେ ବି ସେ ମମତାଙ୍କ ଚାପ ଯୋଗୁ ରେଳମନ୍ତ୍ରୀ ପଦ ଛାଡିଥିଲେ ।

Share