ବକ୍ସାଇଟ ଖଣି ପରିଦର୍ଶନ ପୁର୍ବରୁ ଜିଲା ପ୍ରଶାସନ, ନାଲକୋ’କୁ ବିରୋଧ କଲେ ଗ୍ରାମବାସୀ, ନିରାଶ ହୋଇ ଫେରିଲେ କେନ୍ଦ୍ରମନ୍ତ୍ରୀ

ପଟ୍ଟାଙ୍ଗି, ୧୦ା୮: (ଶରତ ଧଳ)ଆଜି ନାଲକୋ ତରଫରୁ ସେରୁବନ୍ଧ ଖଣିର ବକ୍ସସାଇଟ ଖନନ ପାଇଁ ଭୂମିପୂଜା କରିବାର କାର୍ଯ୍ୟକ୍ରମ ଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଆନୁସାରେ କେନ୍ଦ୍ର ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ବିଶାଖାପାଟଣାର ବିମାନ ବନ୍ଦରରୁ ବାହାରି ଦାମନଯୋଡିରେ ପହଞ୍ଚିଥିଲେ । ପରେ ନାଲକୋ ସିଏମଡି ନାଲକୋ ଅଧିକାରୀ , କୋରାପୁଟ ଜିଲାପାଳ ଭି କୀର୍ତିଭାର୍ସନ , ଏସପି ଅଭିନବ ସୋନକାର ,କୋରାପୁଟ ବିଧାୟକ ରଘୁରାମ ମାଛ,ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ,କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଏସଡିପିଓ ମନୋବ୍ରତା ସତପଥି ,ପଟ୍ଟାଙ୍ଗି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ ଉପରୋକ୍ତ ତିନି ବିଧାୟକ ସମସ୍ତେ ଭୂମିପୂଜନର ପ୍ରସ୍ତାବିତ ଥୁରିୟା କରଞ୍ଜଗୁଡା ନିକଟ ରେ ପହଞ୍ଚିବା ପରେ ଭୂମିପୂଜନ କୁ ଯିବା ଆଗରୁ ରାସ୍ତା ଉପରେ ସେରୁବନ୍ଧ ଅଞ୍ଚଳ ର ପ୍ରଭାବିତ ଗ୍ରାମବାସୀ ମାନେ ଭୂମିପୂଜନ କୁ ବିରୋଧ କରି ପ୍ରତିବାଦ କରିଥିଲେ ।

ତେବେ ଜିଲାପାଳ ଏସପି ଜନ ପ୍ରତିନିଧି ସମସ୍ତେ ଝାଳ ନାଳ ହୋଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ଉକ୍ତ ବକ୍ସାଇଟ ପାହାଡର ନିକଟସ୍ଥ ୦୬ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଭୂମି ପୂଜନ କୁ ପ୍ରତିବାଦ କରିବା ସହ ଗତ ୨୦୨୧ ମସିହାରୁ ଦେଇଥିବା ଲିଖିତ ଦାବି କୁ ଅଣଦେଖା କରି ପ୍ରଭାବିତ ଲୋକଙ୍କ ସମସ୍ୟା କେହି ବୁଝୁ ନାହାନ୍ତି ତେଣୁ ଆମ ସହ ପ୍ରଥମେ ଆଲୋଚନା କର ପରେ ଭୂମି ପୂଜନ କରିବା ପାଇଁ ଜିଦ ଧରିଥିଲେ । ଲୋକେ ବିରୋଧ କରିବାରୁ ମନ୍ତ୍ରୀ ନାଲକୋ ଗେଷ୍ଟ ହାଉସକୁ ଯାଇ ନଲୋକ ସିଏମଡି ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ପୁଣି ଥରେ ତାରିଖ ନିର୍ଧାରଣ ପରେ ଭୂମି ପୂଜନ ହେବ ବୋଲି କହିଥିଲେ । ତେବେ ଲୁଚିଛପି ରେ କାର୍ଯ୍ୟକ୍ରମ କରିବା ପ୍ରଚେଷ୍ଟା କୁ ନେଇ ସାଧାରଣ ରେ ଚର୍ଚ୍ଚାଜୋର ଧରିଛି ।

ସୂଚନାଯୋଗ୍ୟ କି ଉକ୍ତ ଖଣି ଖନନ ପାଇଁ ପୂର୍ବରୁ ଅଞ୍ଚଳବାସୀ ବିରୋଧ କରି ଆସୁଥିଲେ ଏବଂ ଉକ୍ତ ଖଣି ଖନନ ପାଇଁ ପୂର୍ବରୁ ଅଞ୍ଚଳବାସୀ ବିରୋଧ କରି ଆସୁଥିଲେ ଏବଂ ଉକ୍ତ ଖଣି ଖନନ ପାଇଁ ଦାମନଯୋଡି ନାଲକ ସହିତ ସରକାର ଙ୍କ ସହିତ ଏମଓୟୁ ସ୍ୱାକ୍ଷର ହୋଇଛି ଓ ଆଜି ଭୂମି ପୂଜା ର କାର୍ଯ୍ୟକ୍ରମ ରହିଥିଲା । ଅନ୍ୟପକ୍ଷରେ ଲୋକଙ୍କ ଏହିପରି ପ୍ରତିବାଦ ଜାରି ରହିଥିବା ବେଳେ ସେରୁବନ୍ଧ ବକ୍ସାଇଟ ପାହାଡ଼ ଉପରେ ନାଲକୋ ପକ୍ଷରୁ ଲାଗିଥିଲା ଟେଣ୍ଡ୍ ଏବଂ ନାମ ଫଳକ କୁ ଭାଙ୍ଗି କଡା ବିରୋଧ କରିଥିଲେ । ଏନେଇ ଆନ୍ଦୋଳନ ସ୍ଥଳେ ରହିଥିବା ଆନ୍ଦୋଳନ କାରି ଏବଂ ନାଲକୋ କତ୍ରୁପକ୍ଷ ଓ ଉପରୋକ୍ତ ପ୍ରଶାସନିକ ଅଧିକାରୀ ଗଣମାଧ୍ୟମ ର ପ୍ରଶ୍ନ ର ଉତ୍ତର ଦେବାକୁ ସିଧାସଳଖ ମନା କରିଦେଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri