Categories: ଜାତୀୟ

୧୫ ଅଗଷ୍ଟ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ପୁଲଓ୍ବାମାରେ ୩୦ କିଲୋଗ୍ରାମ୍‌ ଆଇଇଡ଼ି ଜବତ…

ଶ୍ରୀନଗର,୧୦।୮ : ଅଗଷ୍ଟ ୧୫ ପୂର୍ବରୁ ବୁଧବାର ଜମ୍ମୁ-କଶ୍ମୀରର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ପୋଲିସ ଏବଂ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି। ସହରର ସର୍କୁଲାର ରାସ୍ତାରେ ତାହବ କ୍ରସିଂ ନିକଟରେ ସୁରକ୍ଷା ବାହିନୀ ପ୍ରାୟ ୩୦ କିଲୋଗ୍ରାମ ଆଇଇଡ଼ି ଜବତ କରିଛନ୍ତି।

କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି ଯେ ପୁଲୱାମା ପୋଲିସକୁ ମିଳିଥିବା ଗୁପ୍ତଚର ଇନପୁଟ ତଥ୍ୟ ଆଧାରରେ କାର୍ଯ୍ୟ କରି ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବେ ଏହୀ ସଫଳତା ହାସଲ କରିଛନ୍ତି।

ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ଯେଉଁମାନେ ଆଇଇଡିକୁ ଏହି ସ୍ଥାନକୁ ଆଣିଥିବା ଏବଂ ନେବା ପାଇଁ ଆସିବାକୁ ଥିବା ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି। ପ୍ରତ୍ୟେକ ଯାନବାହନ ଗୁଡ଼ିକୁ ଅଟକାଇ ଯାଞ୍ଚ କରାଯାଉଛି।

ଅପରପକ୍ଷରେ ବୁଧବାର ସକାଳୁ ବଡଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ପୋଲିସ ଏବଂ ସୁରକ୍ଷା ବାହିନୀ ଏହାର ନେତୃତ୍ୱ ନେଇଛନ୍ତି। ଜମ୍ମୁ-କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି ଯେ ତିନି ଜଣ ଲଶ୍କର ଆତଙ୍କବାଦୀ ଲୁଚିଥିବା ନେଇ ସର୍ଚ୍ଚ ଅପରେଶନ ଜାରି ରହିଛି। ସେମାନଙ୍କ ମଧ୍ୟରେ ଲାଟିଫ ରାଥର ରହିଛନ୍ତି। ରାହୁଲ ଏବଂ ଅମ୍ରିନ ଭଟ୍ଟଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କ ହତ୍ୟାରେ ଲତିଫ ସମ୍ପୃକ୍ତ ଅଛନ୍ତି।

Share