ମନ୍ଦିର ପରିସରରେ ଆତଙ୍କ ଖେଳାଇଲେ ମହୁମାଛି

କୁନ୍ଦୁରା,୧୧ା୩: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର କୁମ୍ଭିଖାରୀ ଗ୍ରାମ ଉପକଣ୍ଠରେ ଥିବା ଶିବମନ୍ଦିର ନିକଟରେ ଗୁରୁବାର ମହୁମାଛି ଆକ୍ରମଣରେ ୩୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଯାଇଥିବା ବେଳେ ୧୪ ଜଣ ଚିକିତ୍ସାଧୀନ ଅଛନ୍ତି। ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜୟପୁର ସ୍ଥାନାନ୍ତର କରାଯାଇଛି। ସେ ହେଉଛନ୍ତି କୁମ୍ଭିଖାରୀ ଗ୍ରାମର ରୂପ କଟ୍ରି। ଖବର ପାଇ ବ୍ଲକ କଂଗ୍ରେସ ସଭାପତି ଗୋକୁଳ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦନ ମୁଦୁଲି, ଯୁବ କଂଗ୍ରେସ ସଭାପତି ରାଜେଶ ଗୁରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଆହତଙ୍କୁ ଭେଟିଛନ୍ତି।