Categories: ଫୁରସତ

ବିନା ସୁରକ୍ଷାରେ ଧରନ୍ତି ମହୁମାଛି

ମହୁମାଛି ଯାହାକୁ କାମୁଡିଛି ସେ ଜାଣିଛି ତା’ର ଯନ୍ତ୍ରଣା କିଭଳି। ସେଥିପାଇଁ ତ ମହୁଫେଣା ଭାଙ୍ଗିବାବେଳେ ଲୋକେ ସ୍ବତନ୍ତ୍ର ସୁଟ୍‌ ପିନ୍ଧିବା ସହ ହାତରେ ଗ୍ଲୋଭ୍‌ସ ବି ଲଗାନ୍ତି। କିନ୍ତୁ ଆମେରିକା, ଟେକ୍ସାସରେ ରହୁଥିବା ଏରିକା ଥମ୍ପସନ୍‌ ନାମ୍ନୀ ମହିଳା ବିନା କୌଣସି ସୁରକ୍ଷା ପଦ୍ଧତି ଆପଣେଇ ଖାଲି ହାତରେ ମହୁଫେଣା ଭାଙ୍ଗନ୍ତି। ଆଉ ଆଶ୍ଚର୍ଯ୍ୟର କଥା ମହୁମାଛି ତାଙ୍କୁ କାମୁଡନ୍ତି ନାହିଁ। ଏରିକା ମହୁମାଛି ପାଳନ କରନ୍ତି। ହଜାର ହଜାର ମହୁମାଛି ଥିବା ମହୁଫେଣାକୁ ବିନା କୌଣସି ସୁରକ୍ଷା ପଦ୍ଧତି ଆପଣେଇ ବାହାର କରୁଥିବାର ଅନେକ ଫଟୋ ଓ ଭିଡିଓ ସେ ସୋସିଆଲ ମିଡିଆରେ ଅପ୍‌ଲୋଡ କରନ୍ତି; ଯାହାକୁ ଦେଖି ଲୋକେ ଚକିତ ହୋଇ ଯାଆନ୍ତି। ଲାଗେ ସତେ ଯେମିତି ମହୁମାଛିମାନେ ତାଙ୍କର ପୋଷା ମାନିଯାଇଛନ୍ତି।

Share