Categories: ଜାତୀୟ

ଐତିହାସିକ ଦୁର୍ଗରେ ମହୁମାଛି ଆକ୍ରମଣ

ପୁଣେ,୧୪।୩: ପୁଣେର ଜୁନାର ତାଲୁକାରେ ଅବସ୍ଥିତ ଐତିହାସିକ ଶିବନେରୀ ଦୁର୍ଗରେ ମହୁମାଛି ଆକ୍ରମଣରେ ୨୦୦ରୁ ଊଦ୍ଦର୍‌ବ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାଜ୍ୟ ଜଙ୍ଗଲ ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ, ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟାରେ ବହୁ ସଂଖ୍ୟକ ପର୍ଯ୍ୟଟକ ଶିବନେରୀ ଦୁର୍ଗକୁ ବୁଲିବାକୁ ଆସିଥିଲେ। ସେତିକିବେଳେ ଦୁର୍ଗ ମୁଖ୍ୟ ଦ୍ବାରରେ ବସାବାନ୍ଧି ରହିଥିବା ୩ଟି ମହୁଫେଣାରୁ ମହୁମାଛି ଉଡିଆସି ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ। ସୂଚନା ଯୋଗ୍ୟ, ଏହି ଐତିହାସିକ ଦୁର୍ଗଟି ଛତ୍ରପତି ଶିବାଜୀଙ୍କ ଜନ୍ମସ୍ଥାନ। ଏହି ଦୁର୍ଗ ପୁଣେଠାରୁ ୯୫ କି.ମି. ଦୂରରେ ରହିଛି।

Share