Categories: ଖେଳ

ବିଶ୍ୱକପ ଖେଳିବାକୁ ଆସୁଥିବା କୌଣସି ଦଳ ଖେଳାଳିଙ୍କୁ ପରଷା ଯିବନି ଗୋ’ମାଂସ

ହାଇଦ୍ରାବାଦ୍‌,୨୯।୯: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏଥର ଭାରତରେ ବିଶ୍ୱକପ ଆୟୋଜନ କରାଯାଉଛି। କ୍ରିକେଟର ସବୁଠାରୁ ବଡ ମହାକୁମ୍ବ କୁହାଯାଉଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଅନେକ ଦଳ ଭାରତ ଆସିଛନ୍ତି। ପାକିସ୍ତାନୀ ଦଳ ମଧ୍ୟ ବିଶ୍ୱକପ ଖେଳିବା ପାଇଁ ଭାରତରେ ପହଞ୍ଚିଛି। କଡ଼ା ସୁରକ୍ଷା ମଧ୍ୟରେ ପାକିସ୍ତାନ ଦଳକୁ ବହୁତ ଉତ୍ସାହର ସହିତ ସ୍ବାଗତ କରାଯାଇଥିଲା। ପାକିସ୍ତାନୀ ଖେଳାଳିଙ୍କୁ ଦେଖିବା ପାଇଁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଅଧିନାୟକ ବାବର ଆଜାମଙ୍କ ସମେତ ସମସ୍ତ ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ସ୍ବାଗତ କରାଯାଇଥିଲା।
ଏହି ସମୟରେ ବିଶ୍ୱକପ ୨୦୨୩ର ଖେଳାଳିମାନଙ୍କ ପାଇଁ ଖାଦ୍ୟ ତାଲିକା ପ୍ରକାଶ ପାଇଛି। ବିଶ୍ୱକପ ଖେଳିବାକୁ ଆସୁଥିବା କୌଣସି ଦଳକୁ ଗୋମାଂସ ଦିଆଯିବ ନାହିଁ। ଖେଳାଳିଙ୍କ ପ୍ରୋଟିନ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସମସ୍ତ ଦଳକୁ ବିରିୟାନି ସହିତ ସ୍ବତନ୍ତ୍ର ଖାଦ୍ୟ ପରିବେଷଣ କରାଯିବ। ହାଇଦ୍ରାବାଦରେ ରହୁଥିବା ପାକିସ୍ତାନୀ ଦଳର ଖାଦ୍ୟ ତାଲିକା ମଧ୍ୟ ପ୍ରକାଶ ପାଇଛି। ପାକିସ୍ତାନୀ ଖାଦ୍ୟରେ ମଟନ କ୍ୟୁରୀ, ହାଇଦ୍ରାବାଦ ବିରିୟାନି, ଗ୍ରିଲ ଫିସ, ବଟର ଚିକେନ ଏବଂ ପନିପରିବା ପୁଲାଓ ସାମିଲ ଅଛି।
ଅକ୍ଟୋବର ୬ରେ ନେଦରଲାଣ୍ଡ ବିପକ୍ଷ ବିଶ୍ୱକପରେ ପାକିସ୍ତାନ ଦଳ ଏହାର ପ୍ରଥମ ମ୍ୟାଚ ଖେଳିବ। ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ

Share