ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ…

ଢାକା, ୧।୫ : ବାଂଲାଦେଶର ସିଲହଟ୍‌ରେ ଆୟୋଜିତ ହୋଇଥିବା ଏକ ଇଫତାର ପାର୍ଟିରେ ଯୋଗ ଦେଇଥିବା ହିନ୍ଦୁଙ୍କୁ ଗୋମାଂସ ପରସା ଯାଇଛି। ଏନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ପକ୍ଷରୁ ଏହୀ ଫାର୍ଟିର ଆୟୋଜନ କରାଯାଇଥିଲା।

ପାର୍ଟିରେ ୨୦ରୁ ଅଧିକ ହିନ୍ଦୁ ପ୍ରତିନିଧି ଯୋଗଦେଇଥିଲେ। ସାଧାରଣତଃ ବାଂଲାଦେଶରେ ଏଭଳି ଇଫତାର ପାର୍ଟିରେ ହିନ୍ଦୁ ସଦସ୍ୟମାନେ ଯୋଗ ଦେଇଥାନ୍ତି। ପାର୍ଟିକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପାର୍ଟିର ମେନ୍ୟୁରେ ଗୋଟିଏ ପ୍ରକାର ଡିଶ୍‌ ଥିଲା। ତେଣୁ ବାଧ୍ୟ ହୋଇ ଉପସ୍ଥିତ ଥିବା ସମସ୍ତଙ୍କୁ ସମାନ ଡିଶ୍‌ ହିଁ ପରସା ଯାଇଥିତ୍ବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଏହି ଘଟଣା ପରେ,ବିଏନ୍‌ପି ଛାତ୍ର ସଂଗଠନର ସ୍ଥାନୀୟ ନେତା କନକ କାନ୍ତି ସୋସିଆଲ ମିଡିଆରେ ଇଫତାର ପାର୍ଟିକୁ ଏକ ପ୍ରହଶନ ବୋଲି ବର୍ଣ୍ଣନା କରି ଲେଖିଛନ୍ତି ଯେ ଆପଣମାନେ ଇଫତାର ପାର୍ଟିକୁ ଉପଭୋଗ କରିଛନ୍ତି ମାତ୍ର ଆମେ ହିନ୍ଦୁମାନେ କେବଳ ଏହାକୁ ଦେଖିଲୁ କିନ୍ତୁ କିଛି ଖାଇ ପାରିଲୁ ନାହିଁ। ଅନ୍ୟ ଜଣେ ସଦସ୍ୟ ମଣ୍ଟୁ ନାଥ ଲେଖିଛନ୍ତି ଯେ ପାର୍ଟିରେ ଉପସ୍ଥିତ ହିନ୍ଦୁମାନେ କିଛି ଖାଇ ନପାରି କେବଳ ମୁସଲମାନ ନେତା ତଥା ଯୋଗଦେଇଥିବା ଅନ୍ୟ ସଦସ୍ୟଙ୍କ ଉପବାସ ଭାଙ୍ଗିବା ଦେଖିଥିଲେ।

Share