ବିବାହ ଭୋଜିରେ ମହୁମାଛି ଆକ୍ରମଣ,୨୫ ଆହତ, ଭିଡିଓ ଭାଇରାଲ…

ଗୁନା,୧୯।୨ : ମଧ୍ୟପ୍ରଦେଶର ଗୁନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ବିବାହ ଭୋଜିରେ ସମ୍ପୃକ୍ତ ପରିବାର ଓ ଅତିଥିମାନଙ୍କ ଉପରେ ମହୁମାଛି ଆକ୍ରମଣ କରିଛନ୍ତି। ଏହା ଯୋଗୁ ଲୋକଙ୍କ ମଧ୍ୟରେ ଦଳଚକଟା ଦେଖିବାକୁ ମିଳିଥିଲା। କନ୍ୟାଙ୍କର ପିତା ଏବଂ ଭାଇଙ୍କ ସମେତ ଅନେକ ସମ୍ପର୍କୀୟଙ୍କୁ ମହୁମାଛି ଆକ୍ରମଣ କରିଥିଲେ।

ଏହି ଘଟଣାରେ ୬ ଜଣ ଶିଶୁ ଏବଂ ୧୦ ଜଣ ମହିଳାଙ୍କ ସମେତ ୨୫ ଜଣ ଆହତ ହୋଇଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ, ସେମାନଙ୍କୁ ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।

ବାସ୍ତବରେ ଅଗ୍ରୱାଲ ପରିବାର ସହରର କସ୍ତୁରୀ ବଗିଚାରେ ତାଙ୍କ ଝିଇର ବିବାହ ଭୋଜିର ଆୟୋଜନ କରାଯାଇଥିଲା। ପ୍ରମୋଦ ଅଗ୍ରୱାଲ କହିଛନ୍ତି ଏହି ସ୍ଥାନରେ ରହିବା, ଖାଦ୍ୟ ଏବଂ ପାନୀୟ ସହିତ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ, ମହୁମାଛିମାନେ ଆକ୍ରମଣ କରିଥିଲେ। ଫଳରେ ସବୁ ଯୋଜନା ନଷ୍ଟ ହୋଇ ଯାଇଥିଲା। ଏହି ଘଟଣା ସମ୍ପର୍କରେ ଉଦ୍ୟାନ ଅପରେଟର କ୍ଷମା ମାଗିଛନ୍ତି।

ଅନ୍ୟପକ୍ଷରେ ବିବାହ ବଗିଚାରେ ମହୁମାଛି ଆକ୍ରମଣର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଲୋକମାନେ ଜୀବନ ଭୟରେ ଦୌଡୁଥିବା ଦେଖିବାକୁ ମିଳୁଛି। କିଛି ଲୋକ ଭୂମିରେ ଶୋଇପଡ଼ି ନିଜ ଜୀବନ ରକ୍ଷା କରୁଥିବା ଦେଖାଯାଉଛି। ଏହି ଘଟଣାରେ ବିବାହ ଉଦ୍ୟାନ ଅପରେଟରଙ୍କ ଅବହେଳା ସାମ୍ନାକୁ ଆସୁଛି। କୁହାଯାଉଛି ଯେ ସେ ମହୁମାଛି ଫେଣା ହଟାଇ ନ ଥିଲେ। ଏହି କାରଣରୁ ଏହି ଦୁର୍ଘଟଣା ଘଟିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri