ମିଳୁନି ଶଯ୍ୟା, ଦୁର୍ଦ୍ଦଶାରେ ରୋଗୀ

ରାୟଗଡ଼ା,୩୧।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ଦିନେ ଶିଶୁଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଶଯ୍ୟା ଅଭାବରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ମେଡିକାଲର ଭେଷଜ ବିଭାଗରେ ୩୭ଟି ଶଯ୍ୟା ଥିବାବେଳେ ରବିବାର ୯୦ ରୋଗୀ ଆଡମିଟ୍‌ ହୋଇଛନ୍ତି। ସେହିପରି ଶିଶୁ ବିଭାଗରେ ୩୫ଟି ଶଯ୍ୟା ଥିବାବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୪୯ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ଏକ ସପ୍ତାହ ହେଲାଣି ବିଭିନ୍ନ ରୋଗୀ ଆସି ଆଡମିଟ ହେଉଥିବା ବେଳେ ଶଯ୍ୟା ଅଭାବରୁ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ଶିଶୁ ଚିକିତ୍ସା ବିଭାଗରେ ରବିବାର ୪୯ ଶିଶୁ ରୋଗୀ ରହିଥିଲେ। ସେଥିରେ ପ୍ରାୟ ୨୫ ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ଦୈନିକ ୮ରୁ ୧୦ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣାପଡ଼ିଛି। ତେବେ ସବୁଠୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ଭେଷଜ ବିଭାଗ। ସେଠାରେ ୩୭ଟି ଶଯ୍ୟା ରହିଥିବା ବେଳେ ରହିବାର ୯୦ରୁ ଊର୍ଦ୍ଧ୍ୱ ରୋଗୀ ଆଡ଼ମିଟ୍‌ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ମ୍ୟାଲେରିଆ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଆବଶ୍ୟକ ବେଡ୍‌ ନ ଥିବାରୁ ସେମାନେ ବିଭାଗର ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ସଂକ୍ରମିତ ୱର୍ଡ୍‌ରେ ୧୦ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ୧୦ଜଣ ରୋଗୀ ରହିଥିବା ଜଣାପଡ଼ିଛି। ବର୍ଷାଦିନେ ଏହି ରୋଗ ଅଧିକା ବ୍ୟାପିବାର ଆଶଙ୍କା ରହିଥିବା ବେଳେ ଆବଶ୍ୟକ ସୁବିଧା ନାହିଁ। ସେହିଭଳି ପ୍ରସୂତି ବିଭାଗରେ ୪୫ ଶଯ୍ୟା, ଏସଏନସିୟୁରେ ୨୪, ଏନ୍‌ଆରସିରେ ୧୫, କେମୋଥେରାପିରେ ୪, ଚକ୍ଷୁ ବିଭାଗରେ ୨୦ ଏବଂ ଆଇସୋଲେଶନ ୱାର୍ଡ଼ରେ ୧୨ ଶଯ୍ୟା ବ୍ୟବସ୍ଥା ରହିଛି। ମଡିକାଲରେ ୨୨୯ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ୧୪୯ଟି ଅନୁମୋଦିତ ହୋଇଛି। କିନ୍ତୁ ରୋଗୀ ସଂଖ୍ୟା ଦିନକୁ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ରହୁଥିବା ଜଣାପଡ଼ିଛି। ଫଳରେ ରୋଗୀ ବାଧ୍ୟ ହୋଇ ବାରଣ୍ଡାରେ ଶୋଇ ଚିକିତ୍ସା ହେବା ସହ ସାଲାଇନ, ଇଞ୍ଜେକ୍ସନ ନେଉଥିବା ଦେଖିବାକୁ ମଳୁଛି।
ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଷ୍ଟାଫ ନର୍ସ ନ ଥିବାରୁ ରୋଗୀସେବାରେ ବାଧା ସୃଷ୍ଟି ହେଉଛି। ସରକାରୀ ନିୟମାନୁସାରେ ଜଣେ ଷ୍ଟାଫ ନର୍ସ ୬ ଜଣ ରୋଗୀଙ୍କ ଦାୟିତ୍ୱରେ ରହିବାକୁ ଥିବାବେଳେ ନର୍ସ ଅଭାବରୁ ଜଣେ ୩୦ ରୋଗୀଙ୍କ ଦାୟିତ୍ୱ ନେବାକୁ ପଡ଼ୁଛି। ଚିକିତ୍ସାଳୟରେ ୧୪୨ ଷ୍ଟାଫ ନର୍ସ ପାଇଁ ଅନୁମୋଦନ ରହିଥିବା ବେଳେ ମାତ୍ର ୭୩ ଷ୍ଟାଫ ନର୍ସ ରହିଛନ୍ତି। ଏଭଳିକି ଆବଶ୍ୟକ ଡାକ୍ତର ମଧ୍ୟ ନାହାନ୍ତି। ବର୍ତ୍ତମାନ ହୋଇଥିବା ନିଯୁକ୍ତିରେ ସବ୍‌ ସେଣ୍ଟର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତିକୁ ପ୍ରାଥମିକତା ଦିଆଯାଇଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଶାନୂରୂପ ଡାକ୍ତର ନିଯୁକ୍ତି ହୋଇପାରିନାହାନ୍ତି। ଏଭଳିକି ଅଲଟ୍ରାସାଉଣ୍ଡ ପାଇଁ ରେଡ଼ିଓଗ୍ରାଫରର ଆବଶ୍ୟକତା ରହିଥିଲେ ମଧ୍ୟ ଆରମ୍ଭରୁ ଏହି ପଦବୀ ଖାଲିପଡ଼ିଛି।
ସୂଚନାଯୋଗ୍ୟ, ୧୯୯୨ ମସିହାରେ ରାୟଗଡ଼ା ଜିଲା ଘୋଷଣା ହେବା ପରେ ରାୟଗଡ଼ା ସଦର ଚିକିତ୍ସାଳୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିବର୍ତ୍ତନ ହୋଇଥିଲା। ରାୟଗଡ଼ା ଜିଲା ଏକ ଆଦିବାସୀ ଓ ଆଦିମ ଜନଜାତି ବହୁଳ ଅଞ୍ଚଳ ହୋଇଥିବାରୁ ସ୍ବଳ୍ପ ଖର୍ଚ୍ଚରେ ଚିକିତ୍ସା ପାଇଁ ରୋଗୀ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସମସ୍ତେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଏ ସବୁ ଅବ୍ୟବସ୍ଥା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଲାଲମୋହନ ରାଉତରାୟଙ୍କୁ ଯୋଗାଯୋଗ କରିବାରୁ ସେ ଛୁଟିରେ ଥିବା ଜଣାପଡ଼ିଛି। ତେଣୁ ଦାୟିତ୍ୱରେ ରହିଥିବା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାୟଙ୍କୁ ପଚାରିବାରୁ ଏଠାରେ ରହିଥିବା ଆବଶ୍ୟକତା ନେଇ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ତେବେ ସେ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିପାରିବେ ବୋଲି ସେ କହିଛନ୍ତି। ଏଥିସହିତ ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ନେଇ ପଚାରିବାରୁ ଲୋକେ ନିଜେ ସଜାଗ ହେଲେ ମ୍ୟାଲେରିଆ ରୋଗକୁ ନିୟନ୍ତ୍ରଣ କରିହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri