‘ବିଶ୍ୱସନୀୟ ଡିଜିଟାଲ ଯୋଗାଯୋଗ ପାଲଟିଛି’

ନୂଆଦିଲ୍ଲୀ,୧୫।୧୨: ଦେଶର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁକଲର ଆପ୍‌ ମାଧ୍ୟମରେ ଡିଜିଟାଲ ଗଭର୍ନମେଣ୍ଟ ଡାଇରେକ୍ଟୋରିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତର ନାଗରିକ ଓ ସରକାରଙ୍କ ମଧ୍ୟରେ ଏହା ସହଜରେ ଏକ ସରଳ ଯୋଗାଯୋଗ ସ୍ଥାପନ କରିପାରିବ ବୋଲି କୁହାଯାଉଛି। ବିଶେଷକରି ଏହା ସହାୟତାରେ ସରକାରୀ ଅଧିକାରୀଙ୍କର ହଜାର ହଜାର ଯାଞ୍ଚ ହୋଇଥିବା କଣ୍ଟାକ୍ଟର ସୁବିଧା ମିଳିପାରିବ।

ଏ ସମ୍ପର୍କରେ ଟ୍ରୁ କଲରର ଡାଇରେକ୍ଟର ଅଫ୍‌ ପବ୍ଲିକ୍‌ ଆଫେୟାର୍ସ ପ୍ରଜ୍ଞା ମିଶ୍ର କହିଛନ୍ତି, ଟ୍ରୁକଲର ବର୍ତ୍ତମାନ କେବଳ ଏକ କଲର ଚିହ୍ନଟ ଆପ୍‌ ଭାବେ ରହିନାହିଁ ଓ ଏହା ବର୍ତ୍ତମାନ ସହରୀ ଓ ଭାରତରେ ବୃଦ୍ଧି ହେଉଥିବା ଅର୍ଦ୍ଧସହରାଞ୍ଚଳ-ଗ୍ରାମୀଣ ମାର୍କେଟରେ ମଧ୍ୟ ବିଶ୍ୱସନୀୟ ଡିଜିଟାଲ ଯୋଗାଯୋଗ ମାଧ୍ୟମରେ ବିଶ୍ୱାସ ସୃଷ୍ଟି କରୁଛି। ଆମର ପ୍ରଚେଷ୍ଟା ହେଉଛି ଲୋକମାନଙ୍କୁ ଜାଲିଆତିମୂଳକ ସରକାରୀ କଲ୍‌ ତଥା ବିଭିନ୍ନ ପ୍ରକାର ଠକାମିରୁ ସୁରକ୍ଷା ପ୍ରଦାନ କରିବା।

ଆମେ ବିଶ୍ୱାସକରୁ ଯେ ଏହି ବୈଶିଷ୍ଟ୍ୟ ସହିତ ନାଗରିକମାନେ ଆବଶ୍ୟକତା ସମୟରେ ସହଜରେ ଠିକ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚତ୍ପାରିବେ। ସରକାରୀ ନମ୍ବରର ଏହା ହେଉଛି ପ୍ରଥମ ଡିଜିଟାଲ ଡାଇରେକ୍ଟୋରି ଓ ଆମେ ୟୁଜରଙ୍କ ମତାମତ ଆଧାରରେ ଏହାର ବିକାଶ ଜାରି ରଖିବୁ। ଯୋଗାଯୋଗକୁ ନିରାପଦ କରିବା ସହ ବିଶ୍ୱାସ ସୃଷ୍ଟି କରିବା ଦିଗରେ ଆମେ ଆମର ପ୍ରଚେଷ୍ଟାକୁ ଜାରି ରଖିବୁ। ଟ୍ରୁ କଲର ଏହାର ଡାଇରେକ୍ଟାରିକୁ ସମ୍ପ୍ରସାରିତ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ ସହ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri