ଏହି କାରଣରୁ ଆନିମଲ ପରେ ଫିଲ୍ମରୁ ୬ ମାସର ବିରତି ନେବେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଲ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ସହ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ। ରଣବୀର ତାଙ୍କ ବୃତ୍ତିଗତ ଜୀବନ ସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହନ୍ତି। ରଣବୀର କପୁର ଏବେ ଫିଲ୍ମରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ରଣବୀର ୬ ମାସର ବିରତି ନେବାକୁ ଯାଉଛନ୍ତି। ସେ ତାଙ୍କ ଝିଅ ରାହାଙ୍କ ପାଇଁ ଏହି ବିରତି ନେବାକୁ ଯାଉଛନ୍ତ। ଯାହାଫଳରେ ସେ ଝିଅ ରାହାଙ୍କ ସହିତ ଅଧିକ ସମୟ ବିତାଇ ପାରିବେ। ରଣବୀର କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ବହୁତ ଉପଭୋଗ କରୁଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ରଣବୀର ରାହାଙ୍କ ବିଷୟରେ ଆଲୋଚନା କରିଛନ୍ତି। ରଣବୀର କପୁର ସ୍ବୀକାର କରିଛନ୍ତି ଯେ, ରାହଙ୍କ ଜନ୍ମ ପରେ ପ୍ରଥମ ମାସରେ ସେ ତାଙ୍କ ଝିଅ ସହିତ ସମୟ ବିତାଇ ପାରିନାହାନ୍ତି, କାରଣ ସେ ଶୁଟିଂରେ ବ୍ୟସ୍ତ ଥିଲେ। ତେବେ ରଣବୀର ନିଶ୍ଚିତ କରିଛନ୍ତି ଯେ, ସେ ଚଳଚ୍ଚିତ୍ରରୁ ୬ ମାସର ବିରତି ନେବାକୁ ଯାଉଛନ୍ତି ଯାହା ଦ୍ୱାରା ସେ ରାହାଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇ ପାରିବେ।

 

Share